ମାନବିକତା ଶୂନ୍ୟ ହେଲା ମଣିଷ , ସାହାଯ୍ୟ କରିବାକୁ ମନାକଲେ ଗ୍ରାମବାସୀ

ଅପହଞ୍ଚ ଗାଁ ମାନଙ୍କୁ ରାସ୍ତା ନଥିବା ଯୋଗୁଁ ରୋଗୀମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । କେବେ ଗ୍ରାମବାସୀ ଙ୍କ ଭାରରେ ତ କେବେ କାନ୍ଧରେ ବୁହାଯାଉଛନ୍ତି ପ୍ରସୂତି । ଆମ୍ବୁଲାନ୍ସ ଦୁଇ ଚକିଆ ଯାନର ବ୍ୟବସ୍ଥା ମଧ୍ୟ ନାହିଂ । ସେହିଭଳି ପୁଣି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ । ଏଠି ଡାକ୍ତରଙ୍କ କାନ୍ଧରେ ବୁହା ହେଲେ ପ୍ରସୂତି ।

ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର ପଂଚାୟତର ଦୁର୍ଗମ ସାରିଗେଟା ଗାଁରେ ଗର୍ଭବତୀ ମହିଳା ଙ୍କୁ ସ୍ୱାସ୍ଥକେନ୍ଦ୍ର ନେବା ଜରୁରୀ ଥିଲା । ପାପଲୁର ସ୍ୱାସ୍ଥକେନ୍ଦ୍ର ଡାକ୍ତରଙ୍କୁ ଏବାବଦରେ ଖବର ଯାଇଥିଲା । ପରେ ଡାକ୍ତର ଓ ଜଣେ ଆଟେନଡାନ୍ଟଙ୍କୁ ସାଙ୍ଗରେ ନେଇ ଅପହଁଚ ଗାଁରେ ପହଁଚିଥିଲେ ।

ଗର୍ଭବତୀ ମହିଳାଙ୍କ ବ୍ଲଡ ପ୍ରେଶର କମି ଆସୁଥିବା ସାଙ୍ଗକୁ ଆତ୍ୟାଧିକ ରକ୍ତ ସ୍ରାବ ଦେଖି ତୁରନ୍ତ ଗାଁରେ ହିଁ ପ୍ରସବ କରାଇଥିଲେ ପାପଲୁର ସ୍ୱାସ୍ଥକେନ୍ଦ୍ରର ଡାକ୍ତର ଓମକାର ହୋତା । ତେବେ ପ୍ରସୁତି ମହିଳାଙ୍କ ସ୍ୱାସ୍ଥାବସ୍ଥା ଠିକ ନ ଥିବା ରୁ ତାଙ୍କୁ ଡାକ୍ତରଖାନା ନେବା ଆବଶ୍ୟକ ପଡିବାରୁ ଭାରରେ ବୁହା ହୋଇ ପାପଲୁର ସ୍ୱାସ୍ଥ କେନ୍ଦ୍ର ନେବାକୁ ନିଷ୍ପତ୍ତି ହୋଇଥିଲା ।

ତେବେ ଗାଁ ଲୋକେ ଡାକ୍ତରଖାନାକୁ ଯିବା ଲାଗି ଅମଙ୍ଗ ହୋଇ ଥିବାରୁ ଖୋଦ ଡାକ୍ତର ଓମକାର ହୋତା ଓ ମହିଳାଙ୍କ ସ୍ୱାମି ଭାରରେ ବୋହି ଡାକ୍ତରଖାନା ଆଣିଥିଲେ ଡାକ୍ତର । ରାସ୍ତାଘାଟ ନ ଥିବାରୁ ନଇ ନାଳ ଅତିକ୍ରମ କରି ପ୍ରାୟ ୮ କିଲୋମିଟର ପାଦଚଲା ରାସ୍ତା ଅତିକ୍ରମ କରି ପାପଲୁର ପହଁଚିଥିଲେ ପ୍ରସୁତି ଓ ନବଜାତ । ବର୍ତମାନ ଉଭୟ ମା’ ଓ ନବଜାତ ସୁସ୍ଥ ଥିବା ଜଣାପଡିଛି ।

ପଢନ୍ତୁ, ୨୦୧୮ ଫେବ୍ରୁଆରି ୬ ସୁଦ୍ଧା ମୋବାଇଲରେ ଆଧାର ବାଧ୍ୟତାମୂଳକ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ