ଫୋବିଆ ୨ ରେ ରାଧିକା ଆପ୍ତେ ନୁହନ୍ତି, ଜଣେ ନାୟକ ରହିବେ ମୁଖ୍ୟ ଭୂମିକାରେ

ରାଧିକା ଆପ୍ତେଙ୍କୁ ମୁଖ୍ୟ ଭୂମିକାରେ ନେଇ ଗତବର୍ଷ ରିଲିଜ୍ ହୋଇଥିଲା ଫିଲ୍ମ “ଫୋବିଆ” । ଫିଲ୍ମଟି ବିଶେଷ ସଫଳତା ପାଇନଥିଲେ ମଧ୍ୟ ଏହାର କାହାଣୀ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା ।

ଫୋବିଆ କାହାଣୀ ର ମୁଖ୍ୟ ଚରିତ୍ର ମେହେକ (ରାଧିକା), ଜିଏକି ଆଗୋରାଫୋବିଆ (ଅତ୍ୟଧିକ ଡରୁଆ) ନାମକ ରୋଗରେ ପୀଡିତା ଥିଲେ। ଏହି ସିନେମା ର ବିଷୟ ବସ୍ତୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଥିଲା। ଲୋକ ମାନଙ୍କ ମଧ୍ୟରେ ଚେତନା ସୃଷ୍ଟି କରିବା ପାଇଁ ମଧ୍ୟ ଉପୋଯୋଗୀ ଥିଲା।  

ତେଣୁ ପ୍ରଯୋଜକ ବିକି ରଜାନୀ ଫିଲ୍ମର ସିକ୍ୱେଲ ତଥା “ଫୋବିଆ ୨” ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଏହି ସିକ୍ୱେଲର ମୁଖ୍ୟ ଭୂମିକାରେ ରହିବେ ନାହିଁ ରାଧିକା । ନିଜେ ବିକି ରଜନୀ ହିଁ ଏହା ପ୍ରକାଶ କରିଛନ୍ତି ।

ବିକି କହିଛନ୍ତି , ଫୋବିଆ ରେ ରାଧିକା ବହୁତ ଭଲ ଅଭିନୟ କରିଥିଲେ ଓ ସେଇଟା ଗୋଟେ ନାୟିକା ମୁଖ୍ୟ ଛବି ଥିଲା।  ଏବେ ମୁଁ ‘ଫୋବିଆ ୨’ ପାଇଁ ଯୋଜନା କରୁଛି । ଆଉ ଏଥିରେ ଜଣେ ନାୟକ ରହିବେ ମୁଖ୍ୟ ଭୂମିକାରେ । ସେ ଜଣେ ଜଣାଶୁଣା ନାୟକ ହୋଇଥିବେ କାରଣ ସିକ୍ୱେଲଟିକୁ ଆମେ ବଡ଼ ବଜେଟରେ ନିର୍ମାଣ କରିବା ପାଇଁ ଯାଉଛୁ । ତେବେ ଏହି ସାଇକୋଲୋଜିକାଲ୍ ଥ୍ରୀଲର ଲାଗି ନାୟକଙ୍କର ସନ୍ଧାନ ଜାରି ରହିଛି । ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ । ଅପେକ୍ଷା ଏହାର ମୁଖ୍ୟ ଭୂମିକା ଲାଗି ନିର୍ମାତା କାହାକୁ ଚୟନ କରୁଛନ୍ତି ।

ଅଧିକ ଜାଣନ୍ତୁ ଖୁବ ଶୀଘ୍ର ସର୍ବଭାରତୀୟ ସ୍ତରରେ ପରଦାକୁ ଆସିବ ସଞ୍ଜୟ ଦତଙ୍କ ବାୟୋପିକ୍ ।

Related posts

ସୋସିଆଲ୍‌ ମିଡିଆରେ ବାଦ୍‌ଶାହା ଶାହାରୁଖ ଖାନଙ୍କୁ ଚିଡ଼ାଇବା ପାଇଁ ଫ୍ୟାନ୍‌ ପଚାରଲେ ଏପରି ପ୍ରଶ୍ନ

ଦିଲ୍ଲୀରେ ଆୟୋଜିତ ରିସେପ୍ସନରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ବିରୁଷ୍କା

ମୁମ୍ବାଇର ଏହି ପଞ୍ଚତରକା ହୋଟେଲରେ ହେବାକୁ ଯାଉଛି ବିରାଟ ଓ ଅନୁଷ୍କାଙ୍କ ଭବ୍ୟ ରିସେପସନ