ପୁଣି ରେଭେନସାରେ ଛାତ୍ରଙ୍କୁ ରାଗିଂ,ନିର୍ଯାତନା ଦେଉଥିଲେ ସିନିୟର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଗିଂ

ରେଭେନସା ବିଶ୍ୱବିଦ୍ୟାଳୟରେ ପୁଣି ରାଗିଂ ଅଭିଯୋଗ । ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିନିୟରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସଂପୃ୍କ୍ତ ଛାତ୍ର କଟକ ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଗିଂର ଶୀକାର ହୋଇଥିବା ଛାତ୍ର ଲଳିତଗିରି ହଷ୍ଟେଲରେ ରହୁଛନ୍ତି । ରାଗିଂର ଶିକାର ହୋଇଥିବା ଛାତ୍ରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି ।

ତେବେ ସଂପୃକ୍ତ ଛାତ୍ରଙ୍କ କହିବାନୁସାରେ ସିନିୟର ଛାତ୍ରମାନେ ତାଙ୍କୁ ଗତ କିଛିମାସ ହେବ ମାଡମାରିବା ସହ ନାନାପ୍ରକାର ହଇରାଣ କରୁଥିଲେ ।କିଛିଦିନ ତଳେ ରେଭେନସାରେ ଜଣେ ଅଧ୍ୟାପିକା ଅସଦାଚରଣର ଶିକାର ହୋଇଥିଲେ । ବିଶ୍ୱବିଦ୍ୟାଳୟର ଡିପାର୍ଟମେଂଟ କୋଠରୀରେ ଅଧ୍ୟାପିକାଙ୍କୁ  ନିଜ ବିଭାଗର ଜଣେ ସରକାରୀ ପ୍ରଫେସର,ଅଧ୍ୟାପିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ସଂପୃକ୍ତ ଅଧ୍ୟାପିକା ଏ ନେଇ ଥାନାରେ ଅଭିଯୋଗ କରିଥିଲେ ।

ସଂପୃକ୍ତ ଅଧ୍ୟାପିକା ଏହାକୁ ବିରୋଧ କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ତନାଘନା କରିବା ସହ ବିଶ୍ୱବିଦ୍ୟାଳୟକୁ ଯାଇ ତନାଘନା କରିଥିଲା । ଏପରିକି ସଂପୃକ୍ତ ଅଧ୍ୟାପିକାଙ୍କୁ ବି ଏ ବାବଦରେ ପଚରାଉଚରା କରିଥିଲେ । ଘଟଣାକୁ ରେଭେନ୍ସା କର୍ତ୍ତୃପକ୍ଷ ମଧ୍ୟ ଗୁରୁତର ସହ ନେଇଥିଲେ ।

ପଢନ୍ତୁ ;

ଭାଇରାଲ୍‌ ହୋଇଥିବା ଚଳନ୍ତା ଟ୍ରେନ୍‌ ସହ ବିପଜ୍ଜନକ ଭିଡିଓର ଅସଲ ରହସ୍ୟ ଜାଣନ୍ତୁ

Related posts

କେନ୍ଦୁଝର:ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ

କଟକ ଏସସିବି ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ