ରଘୁରାମ ରାଜନ ହୋଇ ପାରନ୍ତି ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ଣ୍ଣର!

ଭାରତର ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଦୁନିଆର ଅନ୍ୟ ବଡ ବଡ ଅର୍ଥଶାସ୍ତ୍ର ବିଶାରଦଙ୍କ ମଧ୍ୟରୁ ଜଣେ। ରଘୁରାମ ବର୍ତ୍ତମାନ ବ୍ୟାଙ୍କ ଅଫ ଇଂଲଣ୍ଡର ଗଭର୍ଣ୍ଣର ହେବାର ଦୌଡରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ବ୍ରିଟେନ୍‌ ସରକାର ଜଣେ ବିଦେଶୀ ଅର୍ଥନିତିଜ୍ଞଙ୍କୁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ଣ୍ଣର ପଦରେ ବସାଇବାକୁ ଚାହୁଁଥିବା ବେଳେ ଚିକାଗୋର ଏହି ଭାରତୀୟ ଅର୍ଥନିତିଜ୍ଞ ଏହି ପଦବି ପାଇଁ ଯୋଗ୍ୟତମ ବ୍ୟକ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

କାନ୍ନାଡାରେ ଜନ୍ମିତ ମାର୍କ କର୍ଣ୍ଣେ ଇଂଲଣ୍ଡର କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ଅଛନ୍ତି।

୨୦୧୯ ଜୁନରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ତିନି ଶତାଦ୍ଧୀର ଇତିହାସରେ ୨୦୧୩ରେ ପ୍ରଥମ ଥର ସେ ବିଦେଶୀ ଗଭର୍ଣ୍ଣର ରୂପେ ଏହି ପଦ ସମ୍ଭାଳିଛନ୍ତି। ବର୍ତ୍ତମାନ ତାଙ୍କ ପରେ ଏହି ପଦ ପାଇଁ ଉତରାଧିକାରୀ ବିଶ୍ୱସ୍ତରରେ ଖୋଜା ଚାଲିଛି। ଏହି ଥର ପୁଣି ବିଦେଶୀ ଅର୍ଥଶାସ୍ତ୍ର ବିଶାରଦ ହେବାର ସୌଭାଗ୍ୟ ଅର୍ଜନ କରି ପାରନ୍ତି।

ରାଘୁରାମ ରାଜନଙ୍କ ପାଖରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ହେବାର ଅଭିଜ୍ଞତା ସାଙ୍ଗକୁ ସେ ଜଣେ ଆନ୍ତର୍ଜାତୀୟ ସ୍ତରର ସର୍ବମାନ୍ୟ ତା ଜଣାଶୁଣା ଅର୍ଥଶାସ୍ତ୍ରୀ।ତେବେ ଚଳିତ ବର୍ଷ ଜନ୍‌ ମାସରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ପଢନ୍ତୁ; ୪୫ ବର୍ଷରେ ପଦାର୍ପଣ କଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର!

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ