୨୦ ସେକେଣ୍ଡ ବିଳମ୍ବ ହୋଇଥିଲେ ଧ୍ୱଂସ ଯାଇଥାନ୍ତା ରାହୁଲଙ୍କ ବିମାନ
କଂଗ୍ରେସ ଅଧ୍ୟକ୍ଷ ରାହୁଲଗାନ୍ଧୀଙ୍କ ଏକ ବିମାନ ଯାତ୍ରାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଯାହାକି ଅତ୍ୟନ୍ତ ଉଦବେଗଜନକ । ଦିଲ୍ଲୀରୁ କର୍ଣ୍ଣାଟକ ଯାଇଥିବା ରାହୁଲଙ୍କ ବିମାନର ଏମରଜେନ୍ସି ଲ୍ୟାଣ୍ଡିଙ୍ଗ୍ ମାମଲାରେ ଡିଜିସିଏ ଏକ ରିପୋର୍ଟ ପ୍ରଦାନ କରିଛନ୍ତି।
କର୍ଣ୍ଣାଟକ ନିର୍ବାଚନ ପ୍ରଚାର ପାଇଁ ରାହୁଲ ଚାର୍ଟର୍ଡ ବିମାନରେ ଦିଲ୍ଲୀରୁ ହୁବଲି ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଥିଲା। ବିମାନଟି ଗୋଟିଏ ପଟକୁ ଢଳିବା ସହ ବହୁତ ଜୋରରେ ଶବ୍ଦ କରିଥିଲା। ତେଣୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା। ରିପୋର୍ଟରେ କୁହାଯାଇଛି, ଯଦି ପାଇଲଟ୍ ଯାନ୍ତ୍ରିକ ତ୍ରୁଟିକୁ ସମ୍ଭାଳିବାରେ ଆଉ କିଛି ସେକେଣ୍ଡ ବିଳମ୍ବ କରିଥାନ୍ତେ, ବିମାନଟି ବିସ୍ଫୋରଣରେ ଧ୍ୱଂସ ହୋଇଯାଇଥାନ୍ତା।
ଉକ୍ତ ଘଟଣା ପରେ ରାହୁଲଙ୍କ ବିମାନର ଜରୁରୀକାଳିନ ଅବତରଣ କରାଯାଇଥିଲା। ହାକୁ ନେଇ କଂଗ୍ରେସ ସରକାରଙ୍କ ଉପରେ ବର୍ଷିବା ସହ ଏହା ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲା। ଏନେଇ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ପରେ ଏହି ଘଟଣାର ଯାଞ୍ଚ ଡିଜିସି ହାତକୁ ଯାଇଥିଲା।
ପଢନ୍ତୁ; ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସବ୍ୟାଙ୍କକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ