ଆଜି ମହାପ୍ରଭୁଙ୍କୁ ରାହୁରେଖା ଲାଗି,୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାହୁରେଖା ଲାଗି ନୀତି ଅନୁଷ୍ଟିତ ହେବ। ଦଇତାପତି ସେବକମାନେ ଏହି ସେବା ସମ୍ପର୍ନ କରିବେ। ଏହି ନୀତି ସମୟରେ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ।

ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ରାହୁରେଖାକୁ ସ୍ନାନ ପୂର୍ଣ୍ଣିମାଠାରୁ କାଢି ନିଆଯାଇଥିଲା । ଏହି ରାହୁ ରେଖାରେଖାକୁ ଆଜି ଭୋଗ ମଣ୍ଡପ ନୀତି ପରେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ମସ୍ତକରେ ପୁଣି ଥରେ ଲଗାଇବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ଣ ପ୍ରାୟ ୨ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ହେବ ନାହିଁ ।

ଏହି ରାହୁ ରେଖା ଶ୍ରାବଣ ମାସ ଶେଷ ସହ ମହାପ୍ରଭୁଙ୍କୁ ଲାଗି କରାଯିବାର ବିଧି ରହିଛି । ମହାପ୍ରଭୁଙ୍କୁ ରାହୁଙ୍କ ପ୍ରଭାବରୁ ମୁକ୍ତ ରଖିବା ପାଇଁ ଏହି ଅଳଙ୍କାର ଲଗାଯାଇଥାଏ ବୋଲି କିମ୍ବଦନ୍ତୀ ରହିଛି।

ପଢନ୍ତୁ; ବୀମା ନିୟାମକ କ୍ଷେତ୍ରରେ ଭାରତ, ଆମେରିକା ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

Related posts

ଆଜି ପବିତ୍ର ବିଶ୍ୱକର୍ମା ପୂଜା,ସାରା ରାଜ୍ୟ ଉତ୍ସବମୁଖର

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ନୂଆଖାଇ ପାଇଁ ଆଜି ହେବ ଲଗ୍ନ ନିର୍ଘଂଟ