ଓଡ଼ିଆରେ ରାଜ୍ୟସଭାରେ ଶପଥ ପାଠ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ!

ରାଜ୍ୟସଭାରେ ଶପଥ ପାଠ କଲେ ତିନି ଓଡିଆ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ। ଗତକାଲି ଓଡ଼ିଶାର ୩ ସାଂସଦ ଦିଲ୍ଲୀପ ତିର୍କୀ, ଅନଙ୍ଗ ଉଦୟ ସିଂହଦେଓ ଓ ଏ ଭି ସ୍ୱାମୀଙ୍କର ରାଜ୍ୟସଭା କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି।

ସଂଖ୍ୟା ଦୃଷ୍ଟିରୁ ବିଜେଡି ହାତକୁ ତିନୋଟି ଯାକ ଆସନ ଯିବା ନିଶ୍ଚିତ ଥିବାରୁ ଅନ୍ୟ କୈାଣସି ଦଳ ପ୍ରାର୍ଥୀ ଦେଇନଥିଲେ । ଫଳରେ ବିଜେଡିର ତିନି ଜଣ ଯାକ ପ୍ରାର୍ଥୀ ସୈାମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ବିନା କୈାଣସି ପ୍ରତିଦ୍ୱନ୍ଦ୍ୱିତାରେ ବାଜିମାତ୍ କରିଥିଲେ।

ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ନୂତନ ସଭ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ପ୍ରଥମେ କର୍ଣ୍ଣାଟକର ଦୁଇଜଣ ସଦସ୍ୟ କନ୍ନଡ଼ ଗଭାଷାରେ ଶପଥ ନେବା ପରେ ଓଡିିଶାରୁ ରାଜ୍ୟସଭାକୁ ନିର୍ବାଚିତ ପ୍ରଶାନ୍ତ ନନ୍ଦ ଶପଥ ଗ୍ରହଣ କରିଥିଲେ। ଶ୍ରୀ ନନ୍ଦ ଓଡ଼ିଆରେ ଶପଥ ନେବା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ଶପଥ ଗ୍ରହଣ କରିଥିଲେ। ଶ୍ରୀ ପଟ୍ଟନାୟକ ଓଡ଼ିଆରେ ଶପଥ ନେଇଥିଲେ। ପରେ ଅଚ୍ୟୁତାନନ୍ଦ ସାମନ୍ତ ମଧ୍ୟ ଓଡ଼ିିଆରେ ଶପଥ ନେଇଥିଲେ। ଓଡ଼ିିଆରେ ଓଡ଼ିଶାର ରାଜ୍ୟସଭା ସଦସ୍ୟମାନେ ଶପଥ ନେବା ବେଳେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ‘ ଓଡ଼ିଆ, ବଢ଼ିଆ’ କହିବା ସହିତ ଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟସଭାକୁ ସ୍ୱାଗତ କରି ‘ କଂଗ୍ରାଚୁଲେସନ୍‌’ ବୋଲି କହିଥିଲେ।

ପଢନ୍ତୁ; ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା,ଅପରାହ୍ଣରେ ବୈଠକ!

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ