ଆଇପିଏଲ-୧୧ ଉଦ୍‌ଘାଟନୀ ଉତ୍ସବ : ନୃତ୍ୟ ପ୍ରଦର୍ଶନ କରିବେ ରଣବୀର, ଜ୍ୟାକଲିନ୍‌, ବରୁଣ ଓ ପରିଣିତି

ନୃତ୍ୟ ପ୍ରଦର୍ଶନ କରିବେ ରଣବୀର, ଜ୍ୟାକଲିନ୍‌, ବରୁଣ ଓ ପରିଣିତି

ଆସନ୍ତା ଏପ୍ରିଲ ୭ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ସିଜନ-୧୧ । କ୍ରିକେଟର ଏହି ମହାମୁକାବିଲାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଖେଳାଳି ଚୟନ ଶେଷ ହୋଇସାରିଛି । ଏବେ ଏହାର ଗ୍ରାଣ୍ଡ ପ୍ରିମିୟର କିପରି ହେବ ସେନେଇ ଆୟୋଜକମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଆଇପିଏଲ-୧୧ ଉଦ୍‌ଘାଟନୀ ଉତ୍ସବ ପାଇଁ ବଲିଉଡ ଷ୍ଟାରମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଚଳିତ ବର୍ଷ ରଣବୀର ସିଂହ, ପରିଣିତି ଚୋପ୍ରା, ବରୁଣ ଧଓ୍ବନ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ ଆଇପିଏଲର ଉଦ୍‌ଘାଟନୀ ଉତ୍ସବରେ ନୃତ୍ୟ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି ।

ବିଶେଷକରି ଚଳିତ ଥର ରଣବୀରଙ୍କୁ ମୁଖ୍ୟ ଆକର୍ଷଣ କରାଯାଇଛି । ମାତ୍ର ୧୫ ମିନିଟର ପ୍ରଦର୍ଶନ ପାଇଁ ତାଙ୍କୁ ୫ କୋଟି ଟଙ୍କା ଦିଆଯିବ। ସେହିଭଳି ପରିଣିତି, ଜ୍ୟାକଲିନ ଓ ବରୁଣ ମଧ୍ୟ ଉପସ୍ଥିତ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବେ ବୋଲି ଆଶା କରାଯାଉଛି ।

ପଢନ୍ତୁ ;

ଫେସବୁକ ଆକାଉଣ୍ଟ ବନ୍ଦ କଲେ ଫରହାନ ଅଖତର , ଜାଣନ୍ତୁ କାରଣ କ’ଣ ?

Related posts

ୟୁଏସ୍‌ ଓପନ୍‌: ଜୋକୋଭିକ୍‌ଙ୍କୁ ୧୪ତମ ଗ୍ରାଣ୍ଡସ୍ଲାମ

ୟୁଏସ ଓପନ:ସେରେନା-ଓସାକା ଫାଇନାଲ ମୁକାବିଲା

ଆରସିବିର ସହକାରୀ କୋଚ ଭାବେ ନିଯୁକ୍ତ ହେଲେ ନେହେରା