ଆଇପିଏଲ୍‌ ୧୧: ରୟାଲ ଚ୍ୟାଲେଞ୍ଜର୍ସର ପ୍ରଥମ ବିଜୟ!

କିଙ୍ଗ ଏକ୍ସଆଇ ପଞ୍ଜାବକୁ ୪ ଓ୍ଵିକେଟ୍‌ରେ ହରାଇଲା ରୋୟାଲ ଚ୍ୟାଲେଞ୍ଜର୍ସ

ଆଇପିଏଲ୍‌-୧୧ରେ ପ୍ରଥମ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଉମେଶ ଯାଦବଙ୍କ ବୋଲିଂ ସଫଳତା ବଳରେ ଶୁକ୍ରବାର କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୪ ୱିକେଟରେ ଆର୍‌ସିବି ପରାସ୍ତ କରିଛି।ଏ.ବି ଡିଭିଲିୟର୍ସଙ୍କ ବିସ୍ଫୋରକ ୫୭ ରନ୍‌, କ୍ୱିଣ୍ଟନ ଡି କକ୍‌ଙ୍କ ୪୫ ରନ୍‌, ମନ୍ଦୀପ ସିଂହଙ୍କ ୨୨ ରନ୍‌ ବଳରେ ବେଙ୍ଗାଲୁର ୬ଟି ଓ୍ଵିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ପଞ୍ଜାବ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ଅକ୍ଷର ପଟେଲ, ମଞ୍ଜିବ ଉର୍‌ ରହମାନ ଓ ଆଣ୍ଡ୍ରୁ ଟେ ୧-୧ ଓ୍ଵିକେଟ୍‌ ନେଇଥିଲେ।

ଲୋକେଶ ରାହୁଲଙ୍କ ୪୭ ରନ୍‌ ବଳରେ କିଙ୍ଗସ୍‌ ଏକ୍ସଆଇ ପଞ୍ଜାବ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୫୫ ରନ୍‌, କରୁଣ ନାୟାର ୨୯ ରନ୍‌, ମୟଙ୍କ ଅଗ୍ରଓ୍ଵାଲ ୧୫ ରନ୍‌, ରବିଚନ୍ଦ୍ରନ ଅଶ୍ୱିନଙ୍କ ୩୩ ରନ୍‌ ବଳରେ ପଞ୍ଜାବ ୧୫୫ ରନ୍‌ ସଂଗ୍ରହ କରିବା ପରେ ବେଙ୍ଗାଲୁରୁକୁ ୧୫୬ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା।

ବେଙ୍ଗାଲୁରୁ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ କୁଲଓ୍ଵନ୍ତ ଖେଜରୋଲିଆ, କ୍ରିସ୍‌ ଓ୍ଵକସ୍‌ ଓ ଓ୍ଵାସିଙ୍ଗଟନ୍‌ ସୁନ୍ଦର ୨-୨ଟି ଓ୍ଵିକେଟ୍‌ ନେଇଥିଲେ। ଯୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ପଢନ୍ତୁ; ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ:୧ କୋଟି ୫୭ ଲକ୍ଷର ୪୩ ପ୍ରକଳ୍ପକୁ ମଞ୍ଜୁରୀ

Related posts

କ୍ରିକେଟର ସାହିଦ ଆଫ୍ରିଦିଙ୍କ ବୟାନ: ପାକିସ୍ଥାନର କାଶ୍ମୀର ଦରକାର ନାହିଁ

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ହରାଇଲା ଭାରତ

ମହିଳା ଟି୨୦ ବିଶ୍ୱକପ୍‌: ଭାରତର ବିଜୟ ଅଭିଯାନ