ଆଜିର ଯୁବପିଢୀ ଲିଭ୍ ଇନ୍ ସଂପର୍କକୁ କାହିଁକି ଆପଣାଉଛନ୍ତି ? ଆସନ୍ତୁ ଜାଣିବା

ଆଜିକାଲି ବଡ ବଡ ସହରରେ ଏକ ସଂପର୍କ ଦୃତ ଗତିରେ ବଢି ଚାଲିଛି । ତାହା ହେଉଛି ଲିଭ୍ ଇନ୍ ରିଲେସନ୍ । ବିଭିନ୍ନ କାରଣକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ କହିଥିଲେ ଲୋକମାନେ ଏହି ସଂପର୍କକୁ ଗ୍ରହଣ କରିବା ଉଚିତ୍ । ତେବେ ଏମିତି କେଉଁ କାରଣ ରହିଛି ଯେଉଁଥି ପାଇଁ ଆଜିର ଯୁବପିଢୀ ଏହି ସଂପର୍କକୁ ଆପଣାଉଛି ।

ଲିଭ୍ ଇନରେ ରହିବାର ମୁଖ୍ୟ କାରଣ

ଲିଭ୍ ଇନ ପାର୍ଟନରକୁ ନିଜ ସାଥୀର ଖର୍ଚ୍ଚ ଉଠାଇବାକୁ ପଡିନଥାଏ । ବଡ ଠାରୁ ଆରମ୍ଭ କରି ଛୋଟ ଛୋଟ ଖର୍ଚ୍ଚ ମଧ୍ୟ ଉଭୟଙ୍କ ମଧ୍ୟରେ ଅଧା ଅଧା ହୋଇଥାଏ । ଫଳରେ ଖର୍ଚ୍ଚର ପରିମାଣ କିଛି ମାତ୍ରାରେ କମିଥାଏ ।

ନିଜ ସାଥୀ ସହ ୨୪ ଘଂଟା ରହିଲେ ଆପଣ ତା ବିଷୟରେ ସବୁକିଛି ଜାଣିପାରନ୍ତି । ଯଦି ବିବାହ ପରେ କୌଣସି ଦୁର୍ଗଣ ବିଷୟରେ ଜଣାପଡିଲେ ସଂପର୍କକୁ ଭାଙ୍ଗିବା ସହଜ ନୁହେଁ । କିନ୍ତୁ ଲିଭ ଇନରେ ରହୁଥିବା ଯୁବପୀଢୀଙ୍କୁ ସାଥୀ ପସନ୍ଦ ନହେଲେ ଖୁବ୍ ସହଜରେ ସଂପର୍କକୁ ଭାଙ୍ଗି ପାରିଥାନ୍ତି।

ଆଉ ଏକ ବଡ କାରଣ ହେଉଛି ଦାୟିତ୍ୱ । ଲିଭ୍ ଇନରେ ରହିଲେ କେହି କାହାର ଦାୟିତ୍ୱ ନେବା ପାଇଁ ବାଧ୍ୟ ନଥାଏ । କିନ୍ତୁ ବିବାହ ପରେ ଘର ଚଳାଇବା ପାଇଁ ସ୍ୱାମୀ ଉପରେ ଏକ ପ୍ରକାର ଦ୍ୱାୟିତ୍ୱ ଚାଲି ଆସିଥାଏ ।

ଲିଭ୍ ଇନରେ ରହୁଥିବା ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ସାଧୀନତା ଥାଏ । ଏହି ସଂପର୍କରେ ଥାଇ ସାଥୀକୁ ନିଜ ଜୀବନଶୈଳୀ ନିଜ ହିସାବରେ ବଂଚିବାର ସ୍ୱାଧୀନତା ଥାଏ । କିନ୍ତୁ ବିବାହରେ ଏହା ହୋଇନଥାଏ ।

ଜୀବନର ଏପରି ମୋଡରେ ବ୍ୟକ୍ତିକୁ ଲିଭ ଇନ ରୂପରେ ଏକ ସାଥୀ ମିଳିଯାଇଥାଏ । ଫଳରେ ନା ସେ ଏକା ରହିଥାଏ ନା ବିବାହର ନୀତି ନିୟମ ବନ୍ଧନରେ ବାନ୍ଧି ହୋଇଥାଏ । ତେଣୁ ସାଥୀରେ ରହି ମଧ୍ୟ ଅଲଗା ଅଲଗା ଜୀବନଶୈଳୀ ବଂଚିଥାନ୍ତି । ଯାହା ହେଉଛି ଏକ ମୁଖ୍ୟ କାରଣ ବଢୁଥିବା ଲିଭ୍ ଇନ୍ ସଂପର୍କର ।

ପଢନ୍ତୁ ;

ଏକାଠି ନଜର ଆସିବେ ସମ୍ବିତ ଓ ସଂଭାବନା

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ