ଘରେ ପ୍ରସ୍ତୁତ କରନ୍ତୁ ଗରମ ଗରମ ପନିର ମଞ୍ଚୁରିଆନ୍! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

ପନିର- ୨୫୦ ଗ୍ରାମ୍, ପିଆଜ- ୨ଟା ବଡ,ବଡ ଟମାଟୋ- ୧ଟା, ଗରମ ମସଲା ଗୁଣ୍ଡ- ଅଧ ଚାମଚ, ଚୂନାକଟା କଞ୍ଚାଲଙ୍କା- ୨ରୁ ୩ଟା, ଲୁଣ- ସ୍ୱାଦ ଅନୁସାରେ, ରିଫାଇନ ତେଲ- ଦରକାର ଅନୁଯାୟୀ, ବଡ କ୍ୟାପ୍ସିକମ୍ – ୧ଟା, ଟମାଟୋ ପ୍ୟୁରୀ – ଅଧ କପ୍ ,ଗୋଲ ମରିଚ ଗୁଣ୍ଡ – ଅଧ ଚାମଚ, କର୍ଣ୍ଣଫ୍ଲୋର – ୨ଚାମଚ, ଲଙ୍କା ଗୁଣ୍ଡ- ଅଧ ଚାମଚ, ଅଦା ସରୁ କଟା- ୨ଚାମଚ, ରସୁଣ କଟା- ୨ ଚାମଚ,

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପିନରକୁ କାଟି ସେଥିରେ କର୍ଣ୍ଣଫ୍ଲୋର ଓ ଲୁଣ ମିଶାଇଦେବେ ।  ନନ ଷ୍ଟିକ ପ୍ୟାନରେ ତେଲ ଗରମ କରି ପନିର ମିଶ୍ରଣକୁ ଲାଲ କରି ଭାଜିଦେଇ କାଢି ରଖିବେ। ପୁଣିଥରେ ପ୍ୟାନ୍ରେ ତେଲ ଦେଇ ରସୁଣ କଟା, ଲଙ୍କା ଓ ପିଆଜ କଟାକୁ ପକାଇ ଭାଜିବେ । ଲାଲ ହେଲେ ଅଦା କଟା, କ୍ୟାପ୍ସିକମ୍ କଟା, ଟୋମାଟୋ କଟା ପକାଇ ୩ରୁ ୪ ମିନିଟ୍ ପର୍ୟ୍ୟନ୍ତ ଭାଜିବେ। ତା’ପରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଆଉ ୫ମିନିଟ୍ ଭାଜିବା ପରେ ପନିର ଭଜାକୁ ସେଥିରେ ପକାଇ ଗୋଳାଇବେ । ଆଉ ଗୋଟିଏ ଚାମଚ ପାଣି ଦେଇ ଘୋଡାଇଦେବେ । ବହଳ ହେଲେ ସସ୍ ସବୁ ପକାଇ ଗୋଳାଇବେ । ତା’ପରେ ପ୍ରସ୍ତୁତ ହୋଇଗଲା ଗରମ ଗରମ ପନିର ମଞ୍ଚୁରିଆନ୍।

ପଢନ୍ତୁ; କେଉଁ ସବୁ ଗଛ ଘରେ ରଖିବା ଦ୍ଵାରା ଶୁଭ ଫଳ ମିଳିଥାଏ ଜାଣନ୍ତୁ!

Related posts

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଘରେ ପ୍ରସ୍ତୁତ କରନ୍ତୁ ମସରୁମ ଫ୍ରଇଡ ରାଇସ !

ପ୍ରସ୍ତୁତ କରନ୍ତୁ ମାଟିହାଣ୍ଡି କଙ୍କଡ଼ା!ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ