ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ପନିର୍‌ ପଲାଉ’

ଆବଶ୍ୟକ ସାମଗ୍ରୀ

ବାସୁମତୀ ଚାଉଳ, ପନିର୍‌, ତେଜ ପତ୍ର, ଲଙ୍କା ଗୁଣ୍ଡ, କଟା ଟମାଟୋ, ପିଆଜ ଓ ରସୁଣ ପେଷ୍ଟ, କଟା ପିଆଜ, ଅଳେଇଚ, ଗୋଲମରିଚ,ଡାଲଚିନି, ଜିରା, ଲୁଣ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବାସୁମତୀ ଚାଉଳକୁ ଧୋଇକି କିଛିସମୟ ପାଣିରେ ବତୁରାଇ ଦିଅନ୍ତୁ। ପରେ ପନିର୍‌କୁ ସମାନ ଆକାରରେ କାଟି ଦିଅନ୍ତୁ। ବର୍ତ୍ତମାନ କଡ଼େଇଇରେ ତେଲ ଗରମ କରି ପିଆଜ ଓ ରସୁଣ ପେଷ୍ଟକୁ ପକାଇ ଭଲ ଭାବରେ କଷନ୍ତୁ। ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ପନିର୍‌ ଏବଂ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ।

 

ପନିର୍‌ ଭାଜି ଗଲାପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପୁଣିଥରେ କରେଇରେ ଅଳ୍ପ ତେଲ ଗରମ କରି ସେଥିରେ କଟା ପିଆଜ ଓ ମସଲା ପେଷ୍ଟ ଦେଇ ଆହୁରି କଷନ୍ତୁ।

ଏବେ ସେଥିରେ ଚାଉଳ ପକାଇ ଦିଅନ୍ତୁ। ଏହାକୁ ଅଳ୍ପ ଭାଜି ସେଥିରେ ୩କପ୍‌ ପାଣି ଦିଅନ୍ତୁ। ଚାଉଳ ସିଝି ଆସିଲେ ସେଥିରେ ମସଲାଦିଆ ପନିର୍‌ ଭଜାକୁ ଭଲ ଭାବରେ ଗୋଲାଇ ପାଖାପାଖି ୨ ମିନିଟ୍‌ ଯାଏ କମ୍‌ ଆଞ୍ଚରେ ଛାଡ଼ି ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଉପରେ ପିଆଜ ଭଜାକୁ ପକାଇ ଗରମାଗରମ ଖାଇବାକୁ ଦିଅନ୍ତୁ ‘ପନିର୍‌ ପଲାଉ’।

ପଢନ୍ତୁ; ଆଜିଠୁ ଅଷ୍ଟ୍ରେଲିଆନ ଓପନ୍‌: ଅଭିଯାନ ଆରମ୍ଭ କରିବେ ଫେଡେରର,ଓଜନିଆକି

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ମସଲା ଆଳୁ ପୁରୀ”

ଆସନ୍ତୁ ତିଆରି କରିବା “ବେଙ୍ଗଲୀ ଷ୍ଟାଇଲ୍‌ ଫିଶ୍‌ ଫ୍ରାଏ”

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ ‘କୋବି ମଞ୍ଚୁରିୟନ୍’