ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଲି ଚିକେନ୍ ?

ଆବଶ୍ୟକ ସାମଗ୍ରୀ :-

ଚିକେନ୍ ପିସ୍ -୫୦୦ ଗ୍ରାମ୍ , ବଡ଼ ପିଆଜ (ସରୁ ଲମ୍ବା କଟା), କ୍ୟାପସିକମ୍ – ୨ଟି (ସରୁ ଲମ୍ବା କଟା), କଞ୍ଚାଲଙ୍କା , ସୋୟା ସସ୍ -୨ ଚାମଚ, ଟମାଟୋ ସସ୍ -୨ ଚାମଚ, ଚିଲି ସସ୍ -୨ ଚାମଚ, ଲୁଣ-ସ୍ୱାଦ ଅନୁସାରେ, ରିଫାଇନ୍ ତେଲ, ଅଦା, ରସୁଣ-୧୨-୧୪ କୋଲା, ଭିନେଗାର- ଅଧକପ୍ , ଅଣ୍ଡା-୩ଟି, ଚାଇନା ସଲ୍ଟ –୧/୨ ଚାମଚ, କର୍ଣ୍ଣଫ୍ଲୋର- ୨-୩ ଟେବୁଲ-ଚାମଚ ।

ପ୍ରଣାଳୀ :-

  • ପ୍ରଥମେ ଅଦା-ରସୁଣକୁ ଛୋଟଛୋଟ କାଟି ବାଟି ଦିଅନ୍ତୁ । ବଟା ଯାଇଥିବା ଅଦା-ରସୁଣକୁ ଭିନେଗାର ସହ ମିଶେଇ ଚିକେନରେ ଗୋଳାଇ ଦିଅନ୍ତୁ । ଏହି ଚିକେନକୁ ୩-୪ ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ ।
  • କର୍ଣ୍ଣଫ୍ଲୋରରେ ଲୁଣ, ଅଣ୍ଡା ମିଶାଇ ଭଲକରି ଫେଣ୍ଟି ଦିଅନ୍ତୁ । ଫ୍ରିଜଓ ଚିକେନ୍ କାଢ଼ି ଏହି କର୍ଣ୍ଣଫ୍ଲୋରରେ ମିଶାନ୍ତୁ ।
  • ତେଲ ଗରମ କରି ଏହି ଚିକେନ୍ ପିସ୍‌କୁ ଛାଣି ଦିଅନ୍ତୁ । ଯେମିତି ଚିକେନ୍ ପିସ୍‌ ଲାଲ୍ ଦେଖାଯିବ ।
  • ଅଳ୍ପ ତେଲରେ ପିଆଜ, ଲଙ୍କା ଓ କ୍ୟାପ୍ସିକମ୍ ଭାଜନ୍ତୁ । କିଛି ସମୟ ପରେ ଏଥିରେ ଛଣା ଚିକେନ ପିସ୍‌ଗୁଡ଼ିକୁ ପକାଇ ଟିକେ ବାଜି ଦିଅନ୍ତୁ । ଚାଇନା ସଲ୍ଟ ଓ ସସ୍ ସବୁ ଦେଇ ଗୋଳାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ ।

ପଢନ୍ତୁ ;

ଆସନ୍ତୁ ଜାଣିବା କେମିତି ତିଆରି କରିବେ ପତ୍ରପୋଡା ଚିକେନ୍

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ପ୍ରସ୍ତୁତ କରନ୍ତୁ କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌