ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ମସଲା ଆଳୁ ପୁରୀ”

Untitled 1

ଆବଶ୍ୟକ ସାମଗ୍ରୀ

ଅଟା – ୩୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ସୁଜି – ୩ ଚାମଚ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଜିରା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଜୁଆଣି – ଅଳ୍ପ
କଟା ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ସିଝା ଆଳୁ – ୨ ଟି

ପ୍ରସ୍ତୁତି ପ୍ରଣାଳୀ

ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ସୁଜି , ଜୁଆଣି , ଜିରା ଗୁଣ୍ଡ, କଟା ଧନିଆ ପତ୍ର,ସିଝା ଆଳୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ପାଣି ପକାଇ ଭଲ ଭାବେ ଚକଟି ୧୫ ମିନିଟ ରଖି ଦିଅନ୍ତୁ। ୧୫ ମିନିଟ ପରେ ଏଥିରେ ୨ ଚାମଚ ତେଲ ପକାଇ ପୁଣି ଭଲ ଭାବେ ଚକଟି ଦିଅନ୍ତୁ। ଏହି ଚକଟାରୁ ଛୋଟ ଛୋଟ ଗୁଳା କରି ପୁରୀ ଆକୃତିର ବେଲି ଏକ ପାତ୍ରରେ ରଖନ୍ତୁ । ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେଲି ଥିବା ପୁରୀକୁ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

ପଢନ୍ତୁ: ଆସନ୍ତୁ ତିଆରି କରିବା “ବେଙ୍ଗଲୀ ଷ୍ଟାଇଲ୍‌ ଫିଶ୍‌ ଫ୍ରାଏ”

Related posts

ଆସନ୍ତୁ ତିଆରି କରିବା ‘ବ୍ରୋକଲି ପନୀର ଟିକ୍କା’

ଆସନ୍ତୁ ତିଆରି କରିବା ‘ପନୀର ଷ୍ଟଫ୍‌ଡ୍‌ କୁଲ୍‌ଚା’

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ଓଟ୍‌ସ ପକୁଡ଼ି’

1 Comment

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଖଟା ମିଠା ଚଟପଟା ମାଛ ତରକାରୀ August 21, 2019 - 4:34 pm

[…] ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ମସଲା ଆଳ… […]

Add Comment