ପ୍ରଥମ ୩ ମାସରେ ଜିଓର ନିଟ୍‌ ଲାଭ ୮୯୧ କୋଟି

Untitled 1

ରିଲାଏନ୍ସ ଜିଓ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତିନିମାସର ଆର୍ଥିକ  ଫଳାଫଳ ଘୋଷଣା କରାଯାଇଛି। ଏହି ୩ ମାସରେ ରିଲାଏନ୍ସ ଜିଓର ନିଟ୍‌ ଲାଭ ଗତବର୍ଷ ତୁଳନାରେ ୪୫.୬% ବୃଦ୍ଧି ପାଇ ୮୯୧ କୋଟି ଟଙ୍କାରେ ପହଞ୍ଚିଛି। ଏହି ଅବଧିରେ ଜିଓ ନୂତନ ଗ୍ରାହକ ଯୋଡ଼ିବାରେ ନିଜର ଜୟଯାତ୍ରା ବଜାୟ ରଖି ମୋଟ ୩.୩୧ କୋଟି ମୋବାଇଲ ଗ୍ରାହକ ଯୋଡ଼ିଥିବା ବେଳେ ପ୍ରତି ଉପଭୋକ୍ତାଙ୍କ ମାସିକ ହାରାହାରି ଡାଟା ବ୍ୟବହାର ବୃଦ୍ଧିପାଇ ୧୧.୪ ଜିବି ରହିଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉପଭୋକ୍ତା ପିଛା ଭଏସ୍‌ କଲ ମାସକୁ ହାରାହାରି ୮୨୧ ମିନିଟ ରହିଥିବା ବେଳେ ଉପଭୋକ୍ତା ପିଛା ଆୟ ୧୨୨ ଟଙ୍କା ରହିଛି।

ଆଜି ତ୍ରୈମାସିକ ଆର୍ଥିକ ଫଳାଫଳ ସହିତ କମ୍ପାନୀ ପକ୍ଷରୁ ଭିତ୍ତିଭୂମି କ୍ଷେତ୍ରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଂସ୍ଥା ବୃକଫିଲଡ ସହିତ ଟାୱାର ଇନ୍ ଫ୍ରାଷ୍ଟ୍ରକ୍ଚର ଟ୍ରଷ୍ଟରେ ୨୫୨୧୫ କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ଚୁକ୍ତିନାମା ସ୍ବକ୍ଷରିତ ହୋଇଥିବା ଘୋଷଣା କରାଯାଇଛି |ରିଟେଲ ଓ ଡିଜିଟାଲ ସେବା ବ୍ୟବସାୟରେ ଏହି ସମୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟି ଏହା ରେକର୍ଡ ସ୍ତର ଛୁଇଁଥିବା ବେଳେ ରିଲାଏନ୍ସ ରିଟେଲର ପ୍ରଥମ ତ୍ରୟମାସ ଆୟରେ ଗତବର୍ଷ ତୁଳନାରେ ୪୮% ବୃଦ୍ଧି ଘଟି ଏହା ୩୮୨୮୬ କୋଟି ଟଙ୍କାରେ ପହଞ୍ଚିଛି।

ପଢନ୍ତୁ: ପାଟକୁରାରେ ପଡୁଛି ଭୋଟ୍

Related posts

ଏୟାର୍ ଇଣ୍ଡିଆକୁ ତେଲ ଦେବାକୁ ମନାକଲେ ତୈଳ କମ୍ପାନୀ

ତାମିଲନାଡୁରେ ହାଇଆଲର୍ଟ : ତାମିଲନାଡ଼ୁରେ ଲସ୍କର-ଇ- ତଏବାର ୬ ଜଣ ଆତଙ୍କବାଦୀଙ୍କ ପ୍ରବେଶ

ଶେଷ ହେବ ପୁରୁଷଙ୍କର ଦଶନ୍ଧି, ଏବେ ମହିଳା ମଧ୍ୟ ଚଲାଇବେ ସରକାରୀ ଗାଡି