ଗୃହରୁ ନକରାତ୍ମକ ଶକ୍ତି ଦୂର କରିବାକୁ ଚାହୁଁଥିଲେ, ଏହି ସବୁ ଉପାୟ କରନ୍ତୁ

ଗୃହରୁ ବାସ୍ତୁ ଦୋଷ ନିବାରଣ କରିବା ଅନିର୍ବାର୍ଜ୍ୟ । ନଚେତ ଘରେ  ସୁଖ, ସମୃଦ୍ଧି ଓ କାର୍ଯ୍ୟରେ ବାଧା ଆସିଥାଏ । ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ଉପାୟ କୁହାଯାଇଛି । ଏହି ନିୟମଗୁଡ଼ିକୁ ପାଳନ କଲେ ନକାରାତ୍ମକ ଶକ୍ତି ଦୂର ହୁଏ, ସକାରାତ୍ମକ ଶକ୍ତି ଜାତ ହୁଏ।

ଆସନ୍ତୁ ଜାଣିବା ଏଭଳି କିଛି ଉପାୟ ସଂପର୍କରେ

  • ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଘର ପୋଛିବା ସମୟରେ ପାଣିରେ ସାମାନ୍ୟ ଲୁଣ ମିଶାଇ ଦିଅନ୍ତୁ। ଗୋଟା ଲୁଣ ଏହି ଉପାୟ ନିମନ୍ତେ ଶ୍ରେଷ୍ଠ।
  • ଘରେ ଗୋମୂତ୍ର ଛିଞ୍ଚନ କରନ୍ତୁ। କୁହାଯାଏ ଯେଉଁ ଘରେ ଗୋମୂତ୍ର ଛିଞ୍ଚନ କରାଯାଏ ସେହି ଘରେ ଦେବୀଦେବତାଙ୍କ କୃପା ଦୃଷ୍ଟି ପଡ଼େ। ଗୋମୂତ୍ରର ଗନ୍ଧ ଘରେ ରହୁଥିବା ହାନିକାରକ କୀଟାଣୁଗୁଡ଼ିକୁ ନଷ୍ଟ କରିଥାଏ।

  • ପ୍ରତିଦିନ ସକାଳେ ଘର ବାହାରେ ମୁରୁଜ ପକାନ୍ତୁ। ମୁରୁଜ ବୁହୁତ ଶୁଭ ବୋଲି କୁହାଯାଏ। ଏହା ଦ୍ୱାରା ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
  • ଗାଈର ଶୁଖା ଗୋବାରରେ ନିଆଁ ଜଳାନ୍ତୁ। ସେଥରୁ ଧୂଆଁ ବାହାରିବା ବନ୍ଦ ହୋଇଗଲେ ସେଥିରେ ଝୁଣା, କର୍ପୂର, ଦେଶୀ ଘିଅ ଓ ଚନ୍ଦନ ଢାଳି ଦିଅନ୍ତୁ। ଏଥିରୁ ଯେଉଁ ଧୂଆଁ ବାହାରିବ ତାକୁ ଘର ସାରା ବୁଲାଇ ଦିଅନ୍ତୁ। ଏହା ଘରର ବାତାବରଣକୁ ପବିତ୍ର ରଖେ।

ପଢନ୍ତୁ, ନଖକୁ ସୁନ୍ଦର ଓ ଆକର୍ଷଣୀୟ କରିବାର କିଛି ଘରୋଇ ଓ ସହଜ ଉପାୟ ଜାଣନ୍ତୁ

Related posts

ବାସ୍ତୁଶାସ୍ତ୍ର ଅନୁସାରେ କାହାରିକୁ ଏହି ସବୁ ଜିନିଷ ଉପହାରରେ ଦିଅନ୍ତୁ ନାହିଁ

ଘରେ କେଉଁ ମାଟି ପାତ୍ର ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଘରେ ବାସ୍ତୁଦୋଷ ଅଛି