ଅଭିନୟ କରୁ ନାହାନ୍ତି ରିମି : ଘାରିଛି ପ୍ରଯୋଜନା ନିଶା

ବ୍ୟବସାୟିକ ସିନେମା ପ୍ରଯୋଜନା କରିବାକୁ ଲକ୍ଷ

‘ ହଙ୍ଗାମା ‘ , ‘ ବାଗବାନ ‘ , ‘ ଗୋଳମାଲ ଅନଲିମିଟେଡ ‘ , ‘ ହେରା ଫେରି ‘ ଭଳି ସିନେମାରେ ଉଲ୍ଲେଖନୀୟ ଅଭିନୟ ପାଇଁ ରିମି ସେନ୍ ବେଶ ସୁପରିଚିତ । ତେବେ ଆଜିକାଲି ରିମି ଆଉ ଅଭିନୟ କରୁ ନାହାନ୍ତି । କିନ୍ତୁ ଏବେ ରିମି ନିର୍ଦେଶନା ଏବଂ ପ୍ରଯୋଜନା ଉପରେ ଧ୍ୟାନ ଦେଉଛନ୍ତି । ଏ ସମ୍ପର୍କରେ ତାଙ୍କର କହିବା କଥା ହେଲା , ଯଦି ସବୁ କିଛି ଠିକ୍ ରହିଲା ଏବଂ କୌଣସି ଭଲ ସ୍କ୍ରିପ୍ଟ ପ୍ରସ୍ତୁତ ଗୋଇଗଲା ତା ‘ ହେଲେ ସେ ଖୁବ ଶୀଘ୍ର ନିଜର ପ୍ରଯୋଜନା ସଂସ୍ଥା ଆରମ୍ଭ କରିବେ ।

ପୂର୍ବରୁ ସେ ‘ ବୁଧିଆ ସିଂ : ବର୍ନ ଟୁ ରନ୍ ‘ ଶୀର୍ଷକରେ ଏକ ସିନେମା ପ୍ରଯୋଜନା କରିଥିଲେ । ସେଥିରେ ମନୋଜ ବାଜପେୟୀ ଅଭିନୟ କରିଥିଲେ । ତାହା ବିସ୍ମୟ ବାଳକ ବୁଧିଆ ସିଂହଙ୍କ ଜୀବନ ଉପରେ ଆଧାରିତ ଥିଲା । ସିନେମାଟିକୁ ସର୍ବଶ୍ରେଷ୍ଟ ଶିଶୁ ଚଳଚିତ୍ର ଭାବେ ଜାତୀୟ ପୁରସ୍କାର ବି ମିଳିଥିଲା । ଏପରି ସ୍ଥଳେ ଭବିଷ୍ୟତରେ ସେ ନିର୍ଦେଶନା ଓ ପ୍ରଯୋଜନା କ୍ଷେତ୍ରରେ ସେ ଆଗକୁ ବଢିବାକୁ ଚାହୁଁଛନ୍ତି । ବ୍ୟବସାୟିକ ସିନେମା ପ୍ରଯୋଜନା କରିବାକୁ ଲକ୍ଷ ରଖିଛନ୍ତି ।

ପଢନ୍ତୁ ;

ବହୁତ ଜଲଦି ପରଦାକୁ ଆସିବା ନୂତନ ଓଡିଆ ସିନେମା ‘୪ ଇଡିଅଟସ’

Related posts

ରିଲିଜ ହେଲା ଅସୀମା ପଣ୍ଡାଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ “ତୁ କେଡେ ସ୍ଵାର୍ଥପର ତୁ”

ଏପ୍ରିଲ ୧୨ରେ ରିଲିଜ୍‌ ହେବ ମୋଷ୍ଟ ଆୱେଟେଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’

ରିଲିଜ ହେଲା ‘କଳଙ୍କ’ର ଟିଜର