ଦୂରଦର୍ଶନରେ ଲାଇଭ୍ ଶୋ ସମୟରେ ଟଳି ପଡିଲେ ଲେଖିକା ରୀତା ଜିତେନ୍ଦ୍ର

ଜମ୍ମୁ-କଶ୍ମୀର କଳା, ସଂସ୍କୃତି ଓ ଭାଷା ଏକାଡେମୀର ପୂର୍ବତନ ସମ୍ପାଦିକା ପ୍ରଫେସର ଡ. ରୀତା ଜିତେନ୍ଦ୍ରଙ୍କର ଦୂରଦର୍ଶନର ଲାଇଭ୍ ଶୋରେ ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୃତ୍ୟୁ ହୋଇଛି। ତାଙ୍କ ପରଲୋକରେ ବନ୍ଧୁ, ପରିବାରବର୍ଗ ଏବଂ ଫ୍ୟାନ୍ସମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

ସୂଚନାଯୋଗ୍ୟ, ଡ.ରୀତା ଦୂରଦର୍ଶନ କଶ୍ମୀରର ଶ୍ରୀନଗରଠାରେ ଥିବା ଷ୍ଟୁଡିଓରେ ସୋମବାର ଏକ ଆଲୋଚନାରେ ଭାଗ ନେଇଥିଲେ। ଆଲୋଚନା ଚାଲିଥିବା ସମୟରେ ହିଁ ସେ ନିଜ ଚୌକିରେ ଟଳି ପଡିଥିଲେ। ଏହାପରେ ତାଙ୍କୁ ଏସଏମଏଚଏସ ହସ୍ପିଟାଲରେ ଭର୍ତି କରାଯାଇଥିଲା ଏବଂ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅନ୍ତିମ ସଂସ୍କାର ନିମିତ ତାଙ୍କର ପାର୍ଥୀବ ଶରୀରକୁ ଜାମ୍ମୁ ନିଆଯାଇଥିଲା । ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ଶୋକ ପ୍ରକଟ କରିଛନ୍ତି । ସେ ଏକ ଶୋକ ସନ୍ଦେଶରେ ଲେଖିକାଙ୍କ ଆତ୍ମା ଶାନ୍ତି ନିମନ୍ତେ ପାର୍ଥନା କରିଛନ୍ତି।

ପଢନ୍ତୁ;ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର

Related posts

ବ୍ୟାନ୍‌ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କଲା ଟିକ୍‌ ଟକ୍‌

ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ

ୟୁନିଫର୍ମରେ ଲେଫ୍‌ଟିନାଣ୍ଟ୍‌ କର୍ଣ୍ଣଲ ଏମ୍‌ଏସ୍‌ ଧୋନି