ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍ ଉପରେ ମାଡ଼ି ଗଲା ଟ୍ରକ୍‌,ଗୋଟିଏ ପରିବାରର ୩ ମୃତ

ଦୁର୍ଘଟଣାରେ ଚାଲିଗଲା ଗୋଟେ ପରିବାରର ତିନି ଜଣ ସଦସ୍ୟଙ୍କ ଜୀବନ

୫୫ ନଂ ଜାତୀୟ ରାଜପଥ ଢେଙ୍କାନାଳ ମୋଟଙ୍ଗା ଥାନା ଅଧୀନ ଏକ ଘରୋଇ କମ୍ପାନୀ ନିକଟ ଛକରେ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋବିନ୍ଦ ତ୍ରିପାଠୀ, ମୋନାଲିସା ତ୍ରିପାଠୀ ଓ ସ୍ବରୂପ ତ୍ରିପାଠୀ ବୋଲି ଜଣାପଡ଼ିଛି। ସେମାନେ ସପରିବାର ଆଣ୍ଡାମାନକୁ ବୁଲିବାକୁ ଯାଇଥିଲେ। ଆଣ୍ଡାମାନ ଯାତ୍ରା ସଫଳ ମଧ୍ୟ ହୋଇଥିଲା । ଘରକୁ ଫେରିବାକୁ ଆଉ ମାତ୍ର ଅଳ୍ପ ସମୟର ବ୍ୟବଧାନ ଥିଲା। କିନ୍ତୁ ଅଧାରାସ୍ତାରେ ଅକାଳରେ ଚାଲି ଗଲା ତିନି ଜୀବନ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇ ଗଲା ଗୋଟିଏ ପରିବାରର ତିନି ପ୍ରାଣ।

ସୌରଭ ନିଜ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଯେ ସବୁଦିନ ପାଇଁ ଫେସ୍‌ବୁକ ଓ ମୋବାଇଲ୍‌ ଗେମ୍‌ରୁ ଅବସର ନେଉଛନ୍ତି । କିନ୍ତୁ ଜାଣି ନ ଥିଲେ ଯେ ସେ ସବୁଦିନ ପାଇଁ ଜୀବନ ଯାତ୍ରାରୁ ଅବସର ନେଇଯିବେ । କୋଲକାତାରୁ ବିମାନରେ ଆସି ଭୁବନେଶ୍ୱରରେ ପହଁଚିବା ପରେ ନିଜ କାର୍‌ରେ ଘରକୁ ଫେରୁଥିଲେ । ୫୫ନମ୍ବର ଜାତୀୟ ରାଜପଥର ଏକ ଟ୍ରକ ସହିତ କାରର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ଖବର ପାଇ ପୁଲିସ, ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କାରରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛନ୍ତି।

ପଢନ୍ତୁ; ଆଇପିଏଲ୍‌ : ଚେନ୍ନାଇକୁ ୪ ରନ୍‌ରେ ହରାଇଲା ପଞ୍ଜାବ

Related posts

ଶିଳ୍ପପତି ମହିମା ମିଶ୍ରଙ୍କ ମିଳିଥିବା ଜାମିନକୁ ଖାରଜ କଲେ ସୁପ୍ରିମକୋର୍ଟ

ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

ସୁଷ୍ଟିହେବ ଦେଶର ତୃତୀୟ ବୃହତ ବ୍ୟାଙ୍କ,କୌଣସି କର୍ମଚାରୀ ଛଟେଇ ହେବେନି: ଜେଟଲୀ