ମୁମ୍ବାଇରେ ନବୀନଙ୍କ ରୋଡ ସୋ ,ମେକ୍ ଇନ୍ ଓଡିଶାକୁ ଗୁରୁତ୍ୱ

ମେକ୍ ଇନ୍ ଓଡିଶାର କନକ୍ଳେଭ ପାଇଁ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁମ୍ବାଇରେ ହେବ ମେକ୍ ଇନ୍ ଓଡ଼ିଶାର ରୋଡ୍ ଶୋ’। ଏଥିରେ ଓଡ଼ିଶାରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ।

ମେକ ଇନ୍ ଓଡ଼ଶା ରୋଡ୍ ଶୋ’ ପାଇଁ ମୁମ୍ବାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ନିବେଶ ସୁଯୋଗର ପ୍ରଚାର କରିବ ଓଡ଼ିଶା। ମାନୁଫ୍ୟାକଚରିଂ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ, ଆଲୁମିନିୟମ ଓ ପ୍ଲାଷ୍ଟିକ ଶିଳ୍ପ ପାଇଁ ଓଡ଼ିଶାରେ କ’ଣ ସୁଯୋଗ ରହିଛି? ବର୍ତ୍ତମାନ ମାନୁଫ୍ୟାକଚରିଂ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଦେଶରେ ଅଗ୍ରଣୀ ରାଜ୍ୟ ଓଡ଼ିଶା । ଶିଳ୍ପପତି ଓ ଷ୍ଟାର୍ଟ ଅପ୍ କଂପାନୀଙ୍କୁ ଏ ସଂପର୍କରେ ଅବଗତ କରାଯିବ।

ଆୟୋଜିତ ହୋଇଥିବା ଏହି ରୋଡ ସୋରେ ଯୋଗ ଦେବା ପରେ ନବୀନ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।ଆଗକୁ ଓଡିଶାରେ ହେବାକୁ ଥିବା ଏହି କନକ୍ଲେଭ ବାବଦରେ ସମୀକ୍ଷା ପୂର୍ବରୁ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି।

ତେବେ ସମସ୍ତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଆଜି ସଂଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବା ସୂଚନା ରହିଛି।

ପଢନ୍ତୁ; କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Related posts

ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ