ନିଜର ଟ୍ୱିଟର ଆକାଉଣ୍ଟରେ ନ୍ୟୁ ବର୍ନ ବେବି ନାମ ଘୋଷଣା କଲେ ଶାହିଦ୍

ବଲିଉଡ୍‌ ଷ୍ଟାର ଶାହିଦ୍ କପୁରଙ୍କର ପୁଅ ହୋଇଛି। ସେ ଓ ତାଙ୍କ ପତ୍ନୀ ମୀରା ପୁଅର ନାଁ ଜୈନ୍‌ ରଖିଛନ୍ତି। ଶାହିଦ କପୁର ନିଜର ଟ୍ୱିଟର ଆକାଉଣ୍ଟରେ ଏହା ପ୍ରକାଶ କରିଛନ୍ତି। ୭ ସେପ୍ଟେମ୍ବର ସଂଧ୍ୟାରେ ମିରାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ପୁଅ ଜେନଙ୍କୁ ନେବା ପାଇଁ ସାହିଦ ଏବଂ ଭଉଣୀ ମିଶା ହସ୍ପିଟାଲରେ ପହଁଚିଥିଲେ । ହସ୍ପିଟାଲ ବାହାରେ ସାହିଦ ପୁରା ପରିବାର ସହିତ ମିଡିଆକୁ ପୋଜ ଦେଇଥିଲେ।

 ଶାହିଦ୍ ନିଜ ଟ୍ୱିଟର ଆକାଉଣ୍ଟରେ କହିଛନ୍ତି ଯେ, ଶାହିଦ କପୁର ଶୁକ୍ରବାର ଟ୍ୱିଟ କରି ନିଜ ପୁଅର ନାମକୁ ଘୋଷଣା କରିଥିଲେ, ‘Zain Kapoor ଆସିଯାଇଛନ୍ତି ଏବଂ ଆମର ପରିବାର ପୂରା ହୋଇଯାଇଛି । ଯେଉଁମାନେ ଶୁଭେଚ୍ଛା ଏବଂ ଆଶୀର୍ବାଦ ଦେଇଛନ୍ତି ସମସ୍ତଙ୍କୁ ଧନ୍ୟବାଦ । ଆମେ ସମସ୍ତ ଖୁସି ଅଛୁ ସମସ୍ତଙ୍କୁ ଭଲପାଇବା ।’

ଉଲ୍ଲେଖଯୋଗ୍ୟ,ପ୍ରଥମେ ଶାହିଦ ଏବଂ ମିରା ଦୁହିଁଙ୍କ ନାମର ପ୍ରଥମ ଅକ୍ଷରକୁ ଯୋଡି ଝିଅ ମିଶାର ନାମ ରଖିଥିଲେ । ଯାହା ଖୁବ ୟୁନିକ ଥିଲା । ଏବେ ଦୁହେଁ ପୁଅର ନାମକୁ ମଧ୍ୟ ୟୁନିକ ରଖିଛନ୍ତି । Zain ଏକ ଆରୋବିକ ଶବ୍ଦ ଯାହାର ଅର୍ଥ ବ୍ୟୁଟି ବା ସୁନ୍ଦର।

ପଢନ୍ତୁ;ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚୀନର ନୂଆ ଚାଲ୍

Related posts

ଖୁବଶୀଘ୍ର ଏହି ଅଭିନେତାଙ୍କୁ ବିବାହ କରିପାରନ୍ତି ନେହା କକ୍କର

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘