ସୁନନ୍ଦା ପୁଷ୍କର ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ

ଦୀର୍ଘ ୩ ବର୍ଷ ପରେ ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ହତ୍ୟା ମାମଲାର ଚାର୍ଜସିଟ୍‌ ସୋମବାର ଦିଲ୍ଲୀ ପୋଲିସ କୋର୍ଟରେ ଦାଖଲ କରିଛି। ଏହି ହତ୍ୟାକାଣ୍ଡରେ ସୁନନ୍ଦାଙ୍କ ପତି ଶଶି ଥରୁରଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ୩ହଜାର ପୃଷ୍ଠାର ଏହି ଚାର୍ଜସିଟରେ ଥରୁର ଏକମାତ୍ର ଅଭିଯୁକ୍ତ ବୋଲି କୁହାଯାଇଛି। ଦିଲ୍ଲୀ ପୋଲିସ ପଟିଆଲା ହାଉସ କୋର୍ଟରେ ସେକ୍ସନ ୩୦୬ ଏବଂ ୪୯୮ ଏ ଆଧାରରେ ଚାର୍ଜସିଟ୍ ଦାଖଲ କରିଛି। ଦିଲ୍ଲୀ ପୋଲିସ ସେକ୍ସନ ୩୦୬ ଆଧାରରେ ଶଶି ଥରୁରଙ୍କ ଉପରେ ସୁନନ୍ଦାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇବାର ଅଭିଯୋଗ ଲାଗିଛି। ଏହା ବ୍ୟତୀତ ଘରୋଇ ହିଂସା କିମ୍ବା ପତ୍ନୀଙ୍କ ସହିତ କ୍ରୁରତାର ଧାରା ୪୯୮ ଏ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ୧୭ ଜାନୁୟାରୀ, ୨୦୧୪ରେ ଦକ୍ଷିଣ ଦିଲ୍ଲୀର ଏକ ହୋଟେଲରେ ସୁନନ୍ଦାଙ୍କର ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଥିଲା। ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା କୁହାଯାଇଥିଲା। ମାତ୍ର ଏକ ବର୍ଷ ପରେ ଭିସରା ରିପୋର୍ଟ ଆସିବା ପରେ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ଦାୟର କରିଥିଲା। ମାମଲାର ତଦନ୍ତ ପାଇଁ ଏସଆଇଟି ମଧ୍ୟ ଗଠନ ହୋଇଥିଲା। ମାତ୍ର ଚାରି ବର୍ଷ ପରେ ନେ କେସର ସମାଧାନ ହେଲା ନା କାହାକୁ ଗିରଫ କରାଗଲା।

ପଢନ୍ତୁ; ରାଜ୍ୟରେ କାଳବୈଶାଖୀ ପ୍ରଭାବ:ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

Related posts

ନାଲି ଆଖି ଦେଖାଇଲେ ଇମ୍ରାନ,କହିଲେ ଯୁଦ୍ଧ କଲେ ଏହାର ଜବାବ ଦେବୁ  

ଅନ୍ତିମ ଯାତ୍ରାରେ ମେଜର ବିଭୂତି,‘ଆଇ ଲଭ୍‌ ୟୁ’କହି ଶେଷ ବିଦାୟ ଦେଲେ ପତ୍ନୀ

ଏୟାର ସୋର ଅଭ୍ୟାସ ସମୟରେ ଦୁଇଟି ଏୟାର କ୍ରାପ୍ଟ କ୍ରାଶ ,ଜଣେ ପାଇଲଟ୍‌ ମୃତ