ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ସୌରଭ ଚୌଧୁରୀ,ଭାରତ ପାଇଁ ଆଣିଲେ ତୃତୀୟ ସ୍ୱର୍ଣ୍ଣ ପଦକ

କୃଷକ ପୁଅ ଜିତିଲେସ୍ୱର୍ଣ୍ଣ ପଦକ  

ଇତିହାସ ରଚିଲେ ସୌରଭ ଚୌଧୁରୀ । ମାତ୍ର ୧୬ ବର୍ଷ ବୟସରେ ନିଜର ପ୍ରଥମ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ। ଏଥିସହିତ ୨୪୦.୭ ପଏଣ୍ଟ ପାଇ ସୌରଭ ଏସୀୟ କ୍ରୀଡ଼ାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୧୦ ମିଟର ଏୟାର ପିସ୍ତଲରେ ସେ ଗୋଲ୍ଡ ମେଡାଲ ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା ତିନିଟି ସ୍ୱର୍ଣ୍ଣ ପଦକ ସହ ମୋଟ୍ ୯ଟି ପଦକ ଜିତିଛି ଭାରତ।

୧୬ ବର୍ଷ ବୟସରେ ଏସିଆଡ ଚମ୍ପିଅନ

ଏହି ସଫଳତା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଅଭିନନ୍ଦନ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସୌରଭଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ସହ ଚାକିରି ଦେବାକୁ ଘୋଷଣା କରିଛନ୍ତି।

ଏହି ପ୍ରତିଯୋଗିତାରେ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ଅଭିଷେକ ବର୍ମା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୨୧୯.୩ ସ୍କୋର କରି ସେ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ୫୦ ମିଟର ରାଇଫଲରେ ସଞ୍ଜୀବ ରାଜପୁତଙ୍କୁ ରୌପ୍ୟ ପଦକ ମିଳିଛି । ସୌରଭଙ୍କ ପୂର୍ବରୁ କୁସ୍ତି ଯୋଦ୍ଧା ବୀନେଶ ଫୋଗତ ଓ କୁସ୍ତି ଫ୍ରି ଷ୍ଟାଇଲ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ପଢନ୍ତୁ;କେରଳର ତିନୋଟି ଟୋଲ ପ୍ଲାଜାରେ ଦେୟ ଛାଡ଼

Related posts

ବାରବାଟୀ ଆସିପାରନ୍ତି ବାହୁବଳୀ ପ୍ରଭାସ

ମହିଳା ଟି-୨୦ ବିଶ୍ଵକପ୍ : ସେମିରେ ଭାରତ

ହକି ବିଶ୍ୱକପ୍‌: ୨୮ରେ କଟକରେ ରେହମାନ୍, ଟ୍ଵିଟ କରି ଖୁସି ଜାହିର କଲେ