ୟୁଏସ ଓପନ:ସେରେନା-ଓସାକା ଫାଇନାଲ ମୁକାବିଲା

ଆମେରିକାର ସେରେନା ଓ୍ଵିଲିୟମ୍‌ସ ଏବଂ ଜାପାନ୍‌ର ନାଓମି ଓସାକା ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିିମ ଗ୍ରାଣ୍ଡ୍‌ ସ୍ଲାମ୍‌ ୟୁଏସ୍‌ ଓପନ୍‌ ମହିଳା ଏକକ ବର୍ଗ ଟ୍ରଫି ପାଇଁ ଲଢ଼ିବେ। ଗୁରୁବାର ସେମିଫାଇନାଲ୍‌ରେ ସପ୍ତଦଶ ମାନ୍ୟତା ସେରେନା ସିଧାସଳଖ ୬-୩ ଓ ୬-୦ ସେଟ୍‌ରେ ପ୍ରଥମ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌ ପହଞ୍ଚିଥିବା ୧୯ତମ ମାନ୍ୟତା ଲାଟିଭିଆର ଆନାସ୍ତେସିଆ ସେଭାତ୍ସୋଭାଙ୍କୁ ପରାସ୍ତ କରିଛନ୍ତି।

ଗତବର୍ଷ ମା’ ହେବା ପରେ ସେରେନା ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ବିଜୟୀ ହେବା ପାଇଁ ତାଙ୍କୁ ୬୬ ମିନିଟି ସମୟ ଆବଶ୍ୟକ ହୋଇଥିଲା। ୨୩ଟି ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିବା ସେରେନା ଏଥର ସଫଳ ହେଲେ ମାର୍ଗାରେଟ କୋର୍ଟଙ୍କ ୨୪ଟି ଗ୍ରାଣ୍ଡସ୍ଲାମ ରେକର୍ଡର ସମକକ୍ଷ ହେବେ। ସେହିପରି ସେ କ୍ରସ ଏଭେର୍ଟଙ୍କ ଷଷ୍ଠ ୟୁଏସ୍‌ ଓପନ ଟାଇଟଲ ହାସଲ ରେକର୍ଡକୁ ପଛରେ ପକାଇବେ। ଅନ୍ୟପଟେ ଓସାକା ପ୍ରଥମ ଜାପାନ ମହିଳା ଖେଳାଳି ଭାବେ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି। ନିଜ ପ୍ରଦର୍ଶନରେ ସେରେନା ଖୁସି ଜାହିର କରିଛନ୍ତି।

ପଢନ୍ତୁ;ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ଟେଷ୍ଟ୍‌ ମ୍ୟାଚ୍‌ ଦେଖିଲେ ମାଲ୍ୟା

Related posts

ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍ ପାଇଁ ଟାଇଟଲ୍ ଦାବିଦାର ହେବ: ରବି ଶାସ୍ତ୍ରୀ

ଚେନ୍ନାଇକୁ ୬ ୱିକେଟ୍‌ରେ ହରାଇଲା ହାଇଦ୍ରାବାଦ

ମେ ୩୦ରୁ ଆରମ୍ଭ ହେବ ବିଶ୍ଵକପ: ଭାରତୀୟ କ୍ରିକେଟ ଟିମ ସଦସ୍ୟଙ୍କ ନାମ ଘୋଷିତ କଲା ବିସିସିଆଇ