ସୁସ୍ଥ ଶରୀର ଏବଂ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ କେଉଁ ସବୁ ଫଳ ଖାଇବା ଉଚିତ୍ ଜାଣନ୍ତୁ ?

ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରି ହେଉ ନାହିଁ । ସୁସ୍ଥ ଶରୀର ପାଇଁ ଖାଦ୍ୟ ଏବଂ ପାନୀୟ ସହିତ ଫଳ ମଧ୍ୟ ଆବଶ୍ୟକ । ଫଳରେ ଅନେକ ପୋଷକ ତତ୍ୱ ଯେପରିକି ଭିଟାମିନ୍ ସି, ଏ, ଫାଇବର ଥାଏ । ଉପଯୁକ୍ତ ଫଳକୁ ଠିକ୍ ସମୟରେ ଖାଇବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ , ସବୁବେଳେ ସକାଳୁ ଫଳ ଖାଆନ୍ତୁ ।

ଓଜନ ହ୍ରାସ କରିବା ପାଇଁ  ଖାଆନ୍ତୁ ଏହି ସବୁ ଫଳ :-

  • ଅମୃତଭଣ୍ଡା ଖାଇବା ଦ୍ୱାରା କ୍ୟାଲସିୟମ, ଭିଟାମିନ୍, ଆୟରନ,ମିନେରାଲସ ଏବଂ ଶରୀର ପାଇଁ ଫସଫରସ ମଧ୍ୟ ମିଳିଥାଏ । ଏହାଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ଭାବେ ହୋଇଥାଏ । ଏବଂ ଏହା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ ।
  • ଗୋଟେ କଦଳୀରେ ୧୦୫ କ୍ୟାଲୋରୀ ମିଳିଥାଏ ।ଏହା ଇଂଷ୍ଟାଣ୍ଟ ଏନର୍ଜି ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ବ୍ୟାୟାମପରେ ଏହାକୁ ଖାଆନ୍ତୁ । ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ଏବଂ ପେଟ ଗ୍ୟାସ ହେବାରୁ ମୁକ୍ତି ଦେଇଥାଏ ।
  • ତରଭୁଜରେ ବହୁତ କମ୍ କ୍ୟାଲୋରୀ ଥାଏ ଏବଂ ପାଣିିର ମାତ୍ରା ଅଧିକ ଥାଏ । ସେଥିପାଇଁ ତରଭୁଜ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହାକୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇନଥାଏ ।
  • ଆମ୍ବରେ ଫାଇବର, ମ୍ୟାଗ୍ନେସିୟମ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଇରନ ଥାଏ ଯାହା ଭୋକ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
  • ନାଶପାତିରେ ପ୍ରଚୁର ପରିମାଣର ଫାଇବର ଥାଏ । ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ହୋଇନଥାଏ । ସେଥିପାଇଁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
  • ନିୟମିତ ୧ କପ ଲିଚୁକୋଳି ଖାଆନ୍ତୁ । ଏଥିରେ ଚିନି ଏବଂ ସୋଡିୟମ ବିଲକୁଲ ନଥାଏ । ଏହା ଓଜନ ହ୍ରାସ କରିବାରେ ସହାୟକ ହେବ ।
  • ପ୍ରତିଦିନ ଗୋଟେ ଡାଳିମ୍ବ ଖାଆନ୍ତୁ । ଏହା ଓଜନ ହ୍ରାସ କରିବା ସହିତ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

ପଢନ୍ତୁ ;

ଖରାଦିନେ ଅଧିକ କେଶ ଝଡୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

Related posts

ନିଜର ଉଚ୍ଚତା ବଢେଇବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ସହଜ ଯୋଗାସନ

ପ୍ରତିଦିନ ଟମାଟୋ ସୁପ୍‌ ପିଇବାଦ୍ଵାରା ମିଳିଥାଏ ଏହି ସବୁ ଉପକାର! ଜାଣନ୍ତୁ

ଉଚ୍ଚ ରକ୍ତଚାପରୁ ମୁକ୍ତି ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ଗାଜର