ନିଜର ପୁରୁଣା ସଂପର୍କ ଭାଙ୍ଗିବା ପଛରେ ଥିବା କାରଣ କହିଲେ ଶରଦ ମାଲହୋତ୍ରା

ଧାରାବାହିକ ‘ବନୁ ମେଁ ତେରି ଦୁହ୍ଲନ’ରେ ଅଭିନେତା ଶରଦ ମାଲହୋତ୍ରା ଏବଂ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ୭ବର୍ଷ ଦୁଇଜଣ ସାଥିରେ ରହିବା ପରେ ହଠାତ୍‌ ବ୍ରେକ୍‌ ଅପ୍‌ର ଖବର ସାମ୍ନାକୁ ଆସିଥିଲା, ଯାହା ସେମାନଙ୍କ ପ୍ରଶଂସକଙ୍କୁ ଦଃଖିତ କରିଥିଲା।

ଏକ ଖବର କାଗଜକୁ ସାକ୍ଷାତକାର ଦେଇ ଶରଦ ନିଜର ପୁରୁଣା ସଂପର୍କ ବିଷୟରେ କହିଛନ୍ତି ଯେ,”ମୁଁ ମୋ ପୁରୁଣା ସଂପର୍କକୁ ନେଇ କିଛି କହିବି ନାହିଁ । ଖାଲି ଏତିକି କହିବି ସେ ସମୟ ବହୁତ ସୁନ୍ଦର ଥିଲା । କିନ୍ତୁ ଯେତେବେଳେ ବିବାହ କଥା ଉଠୁଥିଲା ମୋର ପାଦ ଥଣ୍ଡା ହୋଇ ଯାଉଥିଲା । ବିବାହ କଥା ଶୁଣି ମୁଁ ଡ଼ରି ଯାଉଥିଲି । ସେ ସମୟରେ ମୁଁ କିଛି ବୁଝିପାରୁ ନଥିଲି । ମଣିଷ ହିସାବରେ ସମସ୍ତେ ଭୁଲ କରନ୍ତି । ମୁଁ ମଧ୍ୟ ସେ ସମୟରେ କରିଥିଲି । ଯାହାର ଅନୁଭବ ମୁଁ ଏବେ କରୁଛି । କିନ୍ତୁ ମନରେ କୌଣସି କଠୋର ଭାବନା ନାହିଁ । ଦିବ୍ୟାଙ୍କ ନିଜ ଜୀବନରେ ଖୁସି ଥିବା ବେଳେ ମୁଁ ମଧ୍ୟ ଖୁସିରେ ଅଛି।”

ପଢନ୍ତୁ;ଆସନ୍ତାକାଲି ହରିଦ୍ୱାରରେ ବିସର୍ଜିତ ହେବ ବାଜପେୟୀଙ୍କ ଅସ୍ଥି

Related posts

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ଜଣେ ମୃତ

ବିବାହ ପରେ ଦୀପ-ବୀରଙ୍କ ପ୍ରଥମ ଝଲକ, ସୋସିଆଲ ମିଡିଆରେ ହେଲା ଭାଇରାଲ

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?