ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ ଯୋଗଦେବା ପାଇଁ ସିଓଲ ଗସ୍ତ କଲେ ଶ୍ରୀ ଥାୱରଚାନ୍ଦ ଗେହଲଟ

ଶ୍ରୀ ଥାୱରଚାନ୍ଦ ଗେହଲଟ, କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଗତକାଲି (ମଙ୍ଗଳବାର) କୋରିଆର ସିଓଲ ଗସ୍ତରେ ଯାଇଛନ୍ତି । ଏକ ତିନି ଜଣିଆ ଭାରତୀୟ ପ୍ରତିନିଧି ଦଳଙ୍କ ସହ ‘ବୈଶ୍ୱିକ ବୟସ୍କ ଏବଂ ବୟସ୍କ ବ୍ୟକ୍ତିମାନଙ୍କର ମାନବାଧିକାର’ ଉପରେ ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ ଯୋଗଦେବେ । କୋରିଆ ରିପବ୍ଲିକ ଏବଂ କୋରିଆର ରାଷ୍ଟ୍ରୀୟ ମାନବାଧିକାର କମିଶନଙ୍କ ମିଳିତ ସହଯୋଗ ସେପ୍ଟେମ୍ବର 5 ରୁ 7, 2018 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀ ସିଓଲଠାରେ ଆୟୋଜିତ କରାଯାଇଛି।

ତିନି ଦିବସୀୟ ଏହି ସମ୍ମିଳନୀ ବୟସ୍କ ବ୍ୟକ୍ତିମାନଙ୍କର ମାନବାଧିକାରଗୁଡିକର ସାର୍ବଭୌମିକ ମୂଲ୍ୟବୋଧ ବିଷୟରେ ସୂଚିତ କରିବ, ବୟସ୍କଙ୍କ ପ୍ରତି ହେଉଥିବା ଭେଦଭାବ ବିଷୟରେ ଆଲୋଚନା ହେବା ସହିତ ଏସିଆ ଏବଂ ୟୁରୋପରେ ଦୀର୍ଘକାଳୀନ ଏବଂ ଉପଶମକ ଯତ୍ନର ଅନୁକରଣୀୟ ମାମଲାଗୁଡିକ ବିଷୟରେ ମଧ୍ୟ ଆଲୋଚନା କରାଯିବ । ଏଥିସହିତ ASEM ଗ୍ଲୋବାଲ ସଂଚାଳନ ଏବଂ କାର୍ଯ୍ୟଗୁଡିକ ଉପରେ ମଧ୍ୟ ଆଲୋଚନା କରିବ । ବୟସ୍କ ବ୍ୟକ୍ତିମାନଙ୍କର ମାନବାଧିକାର ସଂରକ୍ଷଣ ଏବଂ ଏହାର ପ୍ରଚାର ପାଇଁ ଏକ କାର୍ଯ୍ୟାନ୍ୱୟନ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ASEM ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଦ୍ୱାରା କରାଯିବା ନେଇ ଆଲୋଚନା ହେବ।

ଏହି ସମ୍ମିଳନୀରେ ସଂଯୁକ୍ତ ରାଷ୍ଟ୍ର, ଆଂଚଳିକ ପ୍ରତିଷ୍ଠାନ UNESCAP, UNECE, European Union, ASEAN, GANHRI ଏବଂ ଅନ୍ତର୍ରାଷ୍ଟ୍ରୀୟ ବେସରକାରୀ ସଂଗଠନ ମଧ୍ୟ ଅଂଶଗ୍ରହଣ କରିବେ । ସମ୍ମିଳନୀରୁ ଆଦୃତ ଅନୁଭୂତି ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ନିମନ୍ତେ ନିୟମ ପ୍ରଣୟନ ଏବଂ କାର୍ଯ୍ୟାନ୍ୱୟନ ପାଇଁ ସହଯୋଗ କରିବ।

ପଢନ୍ତୁ; କଫି ହିତାଧିକାରୀଙ୍କ ପାଇଁ ପ୍ରାଦ୍ୟୋଗିକୀ ପଦକ୍ଷେପର ଶୁଭାରମ୍ଭ କଲେ ସୁରେଶ ପ୍ରଭୁ

Related posts

ତାମିଲନାଡୁରେ ହାଇଆଲର୍ଟ : ତାମିଲନାଡ଼ୁରେ ଲସ୍କର-ଇ- ତଏବାର ୬ ଜଣ ଆତଙ୍କବାଦୀଙ୍କ ପ୍ରବେଶ

ଶେଷ ହେବ ପୁରୁଷଙ୍କର ଦଶନ୍ଧି, ଏବେ ମହିଳା ମଧ୍ୟ ଚଲାଇବେ ସରକାରୀ ଗାଡି

ରାତାରାତି ଷ୍ଟାର ବନିଥିବା ରାନୁ ବଲିଉଡର ହିମେଶ ରେସମିୟାଙ୍କ ସହିତ ଗାଇଲେ ପ୍ରଥମ ଗୀତ