ଆସନ୍ତୁ ଜାଣିବା କେଉଁ ସମସ୍ୟା ଥିଲେ ଘିଅ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ?

ଯେପରି ଏକ ଜିନିଷର ଅନେକ ଭଲ ଗୁଣ ଥାଏ ସେହିଭଳି ମଧ୍ୟ କିଛି ଖରାପ ଗୁଣ ରହିଥାଏ। ସେମିତି ମଧ୍ୟ ଘିଅରେ ଭଲଗୁଣ ଏବଂ ଖରାପ ଗୁଣ ରହିଛି। ସମସ୍ତେ ଘିଅର ଉପକାରିତା ବିଷୟରେ ଜାଣିଥାନ୍ତି ,ଏହାର ଅପକାରିତା ସମ୍ପର୍କରେ ଅନେକ ଲୋକ ଜାଣିନାହାନ୍ତି। ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ।

ଆସନ୍ତୁ ଜାଣିବା ଘିଅ ଖାଇବା ଦ୍ଵାରା ଶରୀରରେ କି ପ୍ରକାର କ୍ଷତି ଘଟିଥାଏ-

  • ଥଣ୍ଡା କିମ୍ବା କଫ ଜନିତ ସମସ୍ୟା ଥିଲେ ଘିଅଠାରୁ ସର୍ବଦା ଦୂରେଇ ରହିବା ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ଘିଅ ଖାଇବା ଦ୍ୱାରା କଫ ଜମିଥାଏ । ଏବଂ ଭବିଷ୍ୟତରେ ଏହା ଏକ ବଡ ଧରଣର ସମସ୍ୟା ସୃଷ୍ଟି କରିଥାଏ।
  •  ଘିଅକୁ ବିଶେଷ କରି ମହୁ ସହ ଖାଇବା ଅନୁଚିତ । ଏହା ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇଥାଏ।
  • ଯଦି ଆପଣଙ୍କୁ ଲାଗୁଛି ଆପଣ ଅଧିକ ମାତ୍ରାରେ ଘିଅ ଖାଇଦେଇଛନ୍ତି ତେବେ ସେ ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ଘିଅ ଶରୀରରେ ସଂପୂର୍ଣ୍ଣ ଭାବରେ ହଜମ ନ ହୋଇ ଯାଇଛି । ଆଉ ଏଥିପାଇଁ ପ୍ରତି ଅଧ ଘଂଟାରେ ଆପଣ ନଖଉଷୁମ ପାଣି ମଧ୍ୟ ପିଇ ପାରିବେ।
  • ଗର୍ଭବତୀ ମହିଳାମାନଙ୍କ ପାଇଁ ସାଧାରଣତଃ ଗର୍ଭ ଯନ୍ତ୍ରଣା ପୂର୍ବରୁ ଘିଅ ସେବନ କରିବା ଲାଭଦାୟକ ହୋଇଥାଏ ମାତ୍ର ଗର୍ଭବସ୍ଥା ଆରମ୍ଭ ସମୟରେ ଏହାର ସେବନ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏଥିପାଇଁ ଗର୍ଭଧାରଣା କରିବାର କିଛି ଦିନ ପରେ ଘିଅ ଖାଇବା ଦରକାର।
  •  ଅତ୍ୟଧିକ ମାତ୍ରାରେ ଘିଅ ଖାଇବା ଦ୍ୱାରା ପାଚନକ୍ରୀୟାରେ ସମସ୍ୟା ଦେଖାଦେଇଥାଏ । ଏଥିସହ ଲୁଜ-ମୋସନ ବା ପତଳା ଝାଡା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ।

ପଢନ୍ତୁ;

ଏହି ଯୋଡିକୁ ସିନେପ୍ରେମୀ ଦେଲେ ଅଧିକ ଭଲ ପାଇବା !

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ