ଏକ ଭିଲେନ ସିକ୍ଵେଲରେ ସିଦ୍ଧାର୍ଥ ଓ କୀର୍ତି

ପ୍ରଥମ ଥର ଏହି ଯୋଡିକୁ ଦେଖିବାକୁ ପାଇବେ ଦର୍ଶକ

୨୦୧୪ରେ ମୋହିତ ସୁରୀଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏବଂ ବକ୍ସ ଅଫିସରେ ସଫଳତା ହାସଲ କରିଥିବା ରୋମାଣ୍ଟିକ ଆକ୍ସନ ଥ୍ରୀଲର ସିନେମା  ‘ ଏକ  ଭିଲେନ ‘ ସିକ୍ଵେଲ ଏକ ଭିଲେନ -୨ ପାଇଁ ପ୍ରସ୍ତୁତ ସାରିଛି । ଗତ ଥର ପରି ଏଥର ବି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ତାଙ୍କ ସହ ଅଭିନେତ୍ରୀ କୀର୍ତି ସାନୋନ ନଜର ଆସିବେ ।

ଏକ ଭିଲେନର ସିକ୍ଵେଲ ନିର୍ମାଣ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ରୋମାଣ୍ଟିକ ଥ୍ରୀଲରର  ସିକ୍ଵେଲକୁ ନେଇ ଜୋରେ ଚର୍ଚା ଧରିଛି । ୨୦୧୪ରେ ଏକ  ଭିଲେନରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଶ୍ରଦ୍ଧା ଓ ସିଦ୍ଧାର୍ଥ ମଲହୋତ୍ରା ।

ଶ୍ରଦ୍ଧା ଓ ସିଦ୍ଧାର୍ଥ ମଲହୋତ୍ରା ଯୋଡିକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ । ରିତେଶ ଦେଶମୁକ ଖଳନାୟକ ଭୂମିକାରେ ନଜର ଆସିଥିଲେ ।  ଏବେ ସିକ୍ଵେଲରେ ସିଦ୍ଧାର୍ଥଙ୍କ ସହିତ କୀର୍ତିଙ୍କ ଯୋଡିକୁ ବି ଦର୍ଶକ ପସନ୍ଦ କରିବେ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି । ପୂର୍ବରୁ ସିଦ୍ଧାର୍ଥ ସହିତ କୀର୍ତି ଏକତ୍ର ଆମେରିକୀୟ ବ୍ରାଣ୍ଡ ସ୍କାନ ପାଇଁ ପ୍ରସ୍ତୁତ ମ୍ୟୁଜିକାଲ ପ୍ରମୋରେ ଦେଖିବାକୁ ମିଳିଥିଲେ ।

ପଢନ୍ତୁ ;

ହୃଦଘାତ ଜନିତ ସମସ୍ୟାରୁ କିପରି ରକ୍ଷା ପାଇବେ ଜାଣନ୍ତୁ

Related posts

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର

ଫିଲ୍ମ ନିର୍ମାତା ରାଜକୁମାର ବଡଜାତ୍ୟାଙ୍କ ପରଲୋକ

ରିଲିଜ ହେଲା ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡାଙ୍କ କଣ୍ଠରେ ଏକ ମଜାଦାର ଗୀତ ‘Tiktok ରଙ୍ଗବତୀ’