ନିଜକୁ ଫିଟ୍‌ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ନିଜକୁ କିପରି ଫିଟ ରଖିବେ ଜାଣନ୍ତୁ

ଫିଟ୍‌ ରହିବାକୁ ସମସ୍ତେ ଚାହାଁନ୍ତି । ବିଶେଷ କରି ଆଜିର ଯୁବପିଢି ମାନେ ବେଶି ଫିଟ୍‌ ରହିବାକୁ ଚାହାଁନ୍ତି । ନିଜକୁ ଫିଟ୍‌ ରଖିବା ପାଇଁ ସମସ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି । କିଏ ଜିମ ଯାଏ ତ କିଏ ଡାୟେଟ କରେ । ତେବେ ଆଜି ଆମେ ଆପଣଙ୍କୁ ଏପରି କଥା ଜଣେଇବୁ ଯାହା ଦ୍ଵାରା ଆପଣ ଫିଟ୍‌ ରହିବେ । ନିଜକୁ ଫିଟ୍‌ ରଖିବାକୁ ଓ ସୁଖମୟ ଜୀବନଶୈଳୀକୁ ଆପଣାଇବାଲାଗି ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ।

ଅନେକ ଲୋକ ପେଟପୁରା ଖାଇବାରେ ଅଭ୍ୟସ୍ତ । କାରଣ ସେମାନେ ଭାବନ୍ତି ଯେଏପରି ଖାଇଲେ ଦେହ ଭଲ ରହିବ । କିନ୍ତୁ ପ୍ରକୃତରେ ତାହା ଠିକ୍‌ ନୁହେଁ । ଯଦି ଆପଣ ପ୍ରତିଦିନ ପେଟପୁରା ଖାଇବେ ବହୁତ ଶୀଘ୍ର ଓଜନ ବୃଦ୍ଧି ପାଇବ । ମନେ ରଖନ୍ତୁ କେବେ ବି ପେଟଭର୍ତ୍ତି କରି ଖାଆନ୍ତୁ ନାହିଁ । ପେଟରେ ସବୁବେଳେ କିଛି ଖାଲି ଜାଗା ରଖନ୍ତୁ ।

ପ୍ରତିଦିନ ନିୟମିତ ପ୍ରଚୁର ପାଣି ପିଅନ୍ତୁ । ଏହା ଦ୍ଵାରା ଆପଣ ସବୁ ବେଳେ ଫ୍ରେଶ ରହିବେ । ଯାହା ବି ଆପଣ ଖାଇଥିବେ  ପାଣି ପିଇବା ଦ୍ଵାରା ଶୀଘ୍ର ହଜମ ହେବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଦ୍ଵାରା ଆପଣ ସବୁବେଳେ ଫିଟ୍‌ ରହିବେ ଏବଂ ଆଳସ୍ୟ ପାଖ ମାଡେ ନାହିଁ ।

ଶରୀର ଉପରେ ନିଦ୍ରାର ଯଥେଷ୍ଟ ପ୍ରଭାବ ରହିଛି । ନିଦ ସଂପୂର୍ଣ୍ଣ ନ ହେଲେ ବା ଆବଶ୍ୟକତା ଠାରୁ  କମ୍‌ ଶୋଇଲେ ଏହାର ପ୍ରଭାବ ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ । ଯାହା ଦ୍ଵାରା ଆପଣଙ୍କ ଦେହ ଖରାପ ହୋଇଥାଏ ।  ସଂପୂର୍ଣ୍ଣ ମାତ୍ରାରେ ନିଦ୍ରା ଗଲେ, ଆପଣଙ୍କ ଶରୀରରେ ନୂତନ ଶକ୍ତିର ସଞ୍ଚାର ହୋଇ ଥାଏ । ଏଣୁ ପ୍ରତ୍ୟହ ସୁନିଦ୍ରା ଯାଆନ୍ତୁ । ନିଜକୁ ସୁସ୍ଥ ରଖନ୍ତୁ।

ପଢନ୍ତୁ ;

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ : କୋହଲି ଓ ପୂଜାରା ନିଜ ସ୍ଥାନ ବଜାୟ ରଖିଲେ , ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଲେ

 

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ