ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କାହିଁକି କରାଯାଏନାହିଁ? ଜାଣନ୍ତୁ ଏହାର କାରଣ

ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ଅନେକ ନିୟମ ରହିଛି। ଜନମ ପାଖରୁ ମରଣ ପ୍ରଯନ୍ତ ଅନେକ ନିୟମ ପାଳନ କରିଥାଏ ମଣିଷ। ଆମ ଜୀବନରେ ଷୋଳଟି ସଂସ୍କାର ହୋଇଥାଏ ସେଥିରୁ ଶେଷରେ ହେଉଥିବା ସଂସ୍କାରକୁ ଅନ୍ତିମ ସଂସ୍କାର କୁହାଯାଏ।

ପୁରାଣ ଅନୁସାରେ ହିନ୍ଦୁ ଧର୍ମରେ କେତୋଟି ନିୟମ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରାଯାଏ ନାହିଁ: ଗରୁଡ ପୁରାଣ ଅନୁସାରେ ହିନ୍ଦୁ ଧର୍ମରେ ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରାଯାଏନାହିଁ । ଏମିତି ଦେଖାଯାଏ ଯଦି କାହାର ମୃତ୍ୟୁ ରାତିରେ ହୋଇଯାଏ ତାଙ୍କର ଅନ୍ତିମ ସଂସ୍କାର ତା ପରଦିନ ସୂର୍ଯ୍ୟଦୟ ପରେ ହୋଇଥାଏ । କାରଣ ପର ଜନ୍ମରେ କୌଣସି ଅଙ୍ଗ ବିକଳାଙ୍ଗ ହୋଇପାରେ। ଏହା ଛଡା ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରାଯାଏ ତେବେ ପରଲୋକରେ ତାଙ୍କ ଆତ୍ମାକୁ କଷ୍ଟ ମିଳିଥାଏ।

ମହିଳା କାହିଁକି ସ୍ମସାନ ଯାଆନ୍ତି ନାହିଁ: ଆତ୍ମା ପରଲୋକ ଗଲାପରେ ଭୁତ ହୋଇ ପ୍ରଥମେ ମହିଳାଙ୍କ ଶରୀରରେ ଆସିଥାଏ । ଏହି କାରଣ ପାଇଁ ମହିଳାଙ୍କୁ ସ୍ମସାନ ନିଆଯାଏ ନାହିଁ।

କାହିଁକି ମାଟି ହାଣ୍ଡିରେ ପରିକ୍ରମା କରାଯାଇଥାଏ: ଦେଖାଯାଏ ସ୍ମସାନରେ ଶବ ଚାରିପାଖେ ତାଙ୍କର କେହିଜଣେ ଆତ୍ମୀୟ ନିଜ କାନ୍ଧରେ ମାଟି ହାଣ୍ଡିରେ ପାଣି ନେଇ ପରିକ୍ରମା କରନ୍ତି। ଏହାପରେ ପଛକୁ ନଦେଖି ସେ ହାଣ୍ଡିକୁ ପକେଇ ଦିଅନ୍ତି ।ଶାସ୍ତ୍ରରେ କୁହାଯାଇଛି ଯଦି ଏମିତି କରାଯାଏ ତେବେ ଶରୀରରେ ଥିବା ମୋହକୁ ଛାଡି ଆତ୍ମା ପରଲୋକକୁ ଚାଲିଯାଇଥାଏ।

ପଢନ୍ତୁ;

ଖରାଦିନେ ମେକଅପକୁ ନେଇ ସମସ୍ୟାରେ ପଡ଼ୁଛନ୍ତି କି ? ତେବେ ଜାଣନ୍ତୁ ଖରାଦିନେ ମେକଅପ କିପରି ନେବେ

Related posts

ଶ୍ରାବଣ ମାସରେ ଏହି ଉପାୟ ଦ୍ଵାରା ପ୍ରଭୁ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ

ଉପହାର ସମ୍ପର୍କକୁ ମଧୁର କରେ ମାତ୍ର କିଛି ଉପହାର ସମ୍ପର୍କରେ ଆଣିପାରେ ତିକ୍ତତା, ଜାଣନ୍ତୁ ସେ ସମ୍ପର୍କରେ

ବାସ୍ତୁ ଅନୁଯାୟୀ ସଜାନ୍ତୁ ଅଫିସ, ସଫଳତା ମିଳିବା ସହ ଦୂର ହେବ ନକାରାତ୍ମକ ଶକ୍ତି