ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କଲେ ସୌମ୍ୟରଂଜନ ,ପ୍ରଶାନ୍ତ ଓ ଅଚ୍ୟୁତ

ସୌମ୍ୟରଂଜନ ,ପ୍ରଶାନ୍ତ ଓ ଅଚ୍ୟୁତ ପ୍ରାର୍ଥିପତ୍ର ଦାଖଲ କଲେ

ଓଡ଼ିଶାର ଖାଲିହେବାକୁ ଥିବା ତିନୋଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ଆଜି  ୩ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ୩ ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଏବଂ ବିଜେଡ଼ି ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ  ।

ପ୍ରଥମେ ପ୍ରଶାନ୍ତ ନନ୍ଦ ନାମାଙ୍କନପତ୍ର ଦାଖଲ କରିଥିଲେ । ପ୍ରାର୍ଥିପତ୍ର ଦାଖଲ ପରେ ନିଜ ପ୍ରତିକ୍ରିୟାରେ ପ୍ରଶାନ୍ତ ନନ୍ଦ କହିଥିଲେ ଯେ ଓଡ଼ିଶାର ସ୍ବାର୍ଥ ପାଇଁ କାର୍ଯ୍ୟ କରିବୁ ଓ ଓଡ଼ିଶାର ସ୍ବରକୁ ଦୃଢ କରିବୁ । ଓଡ଼ିଶାର ଯାହା ଦାବି ତାହା ଉପସ୍ଥାପନ କରିବୁ ।

ଅନ୍ୟପକ୍ଷରେ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ିବାକୁ ଆଉ ଏକ ସୁଯୋଗ ମିଳିଛି । ଭାଷା ପାଇଁ ଜଣେ ବ୍ୟକ୍ତି କରି ପାରିବ ନାହିଁ ଏଥିପାଇଁ ସାମୁହିକ ପ୍ରୟାସ ଜରୁରୀ ବୋଲି ସୌମ୍ୟ ରଂଜନ କହିଛନ୍ତି ।

ପରେ ପରେ ସମାଜସେବୀ ଅଚ୍ୟୁତ ସାମନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆସନ୍ତା ଏପ୍ରିଲରେ ଓଡ଼ିଶାର ତିନି ଜଣ ରାଜ୍ୟସଭା ସାଂସଦ ଏଭି ସ୍ୱାମୀ, ଏ. ୟୁ ସିଂହଦେଓ ଓ ଦିଲ୍ଲୀପ ତିର୍କୀଙ୍କ କାର୍ଯ୍ୟକାଳ  ଶେଷ ହେଉଛି ।

ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଜାରି ରହିବ । ଏହି ତିନି ଜଣ ଓଡ଼ିଶାର ଦାବି ଆହୁରି ଦୃଢ଼ୀଭୂତ ହେବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ପଢନ୍ତୁ ;

ଆପଣ ଜାଣନ୍ତି କି ଖରାପ ହୋଇ ଯାଇଥିବା କଦଳୀ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ

Related posts

କେନ୍ଦ୍ରପଡାରେ ଜୋରଦାର ପ୍ରଚାର ସହ ରୋଡ ସୋ କଲେ ବୈଜୟନ୍ତ ପଣ୍ଡା

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ‘ନୂଆ ସରକାରର ଶପଥ ଗ୍ରହଣରେ ନିଶ୍ଚିତ ଡାକିବୁ’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ