ଦକ୍ଷିଣ ଆଫ୍ରିକାକୁ ଝଟ୍‌କା : ଭାରତ ବିପକ୍ଷ ସିରିଜ୍‌ରୁ ଡି କକ୍‌ ବାଦ

Quinton de Kock of South Africa during the fifth Momentum One Day International between South Africa and England at Newlands Cricket Ground, Cape Town on 14 February 2016 ©Ryan Wilkisky/BackpagePix

ଡି କକ୍‌ ଦିନିକିଆ ଶୃଙ୍ଖଳାରୁ ବାଦ୍‌

ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ଶନିଦଶା ସମ୍ଭବତଃ ଆରମ୍ଭ ହୋଇ ଯାଇଛି। ଭ୍ରମଣକାରୀ ଭାରତ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ୍‌ରେ ୨-୦ ବ୍ୟବଧାନରେ ପଛୁଆ ଥିବା ଦକ୍ଷିଣ ଆଫ୍ରିକାକୁ ସୋମବାର ଏକ ଶକ୍ତ ଧକ୍କା ଲାଗିଛି । ଦିନିକିଆ ଶୃଙ୍ଖଳା ଆରମ୍ଭ ହେବା ପରଠାରୁ ଏହି ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ପ୍ରଥମେ ଏହି ଦଳର ବ୍ୟାଟିଂକ୍ରମର ମେରୁଦଣ୍ଡ ଏବି ଡି’ଭିଲିୟର୍ସ ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଲେ। ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍‌ଙ୍କ ଆଙ୍ଗୁଠି ଭାଙ୍ଗିଗଲା। ଫଳରେ ସେ  ସଂପୂର୍ଣ୍ଣ ଶୃଙ୍ଖଳାରୁ ବାଦାୟ ନେଲେ ।

ଏବେ ଓ୍ଵିକେଟ୍‌ କିପର  କ୍ୱିଣ୍ଟନ ଡି’ କକ୍‌ଙ୍କ ପାଳି ପଡ଼ିଛି । ବାମହାତ ମଣିବନ୍ଧରେ ଆଘାତ ଲାଗିବା  ଦଳର ନିୟମିତ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ଚଳିତ ଦିନିକିଆ ସିରିଜ୍‌ ଓ ଆଗାମୀ ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ ଏପରି ଅବସ୍ଥା ସାମ୍ନା କରିବାକୁ ପଡ଼ିଛି।

ଡି’ କକ୍‌ ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ଖେଳା ଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ଅବସରରେ ଆହତ ହୋଇଥିଲେ। ବ୍ୟାଟିଂ କରୁଥିଲା ବେଳେ ତାଙ୍କ ବାମହାତ ମଣିବନ୍ଧରେ ବଲ୍‌ ଖୁବଜୋରରେ ବାଜି ଯାଇଥିଲା। ପରୀକ୍ଷା ପରେ ହାଡ଼ ଫାଟି ଯାଇଥିବା ଜଣା ପଡ଼ିଲା।

ଦିନିକିଆ ଶୃଙ୍ଖଳାର ବଳକା ୪ଟି ମ୍ୟାଚ୍‌ରେ ନବାଗତ ହେନରିକ୍‌ କ୍ଲାସେନ୍‌ ତାଙ୍କ ସ୍ଥାନ ନେବେ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ସୂଚନା ଦେଇଛି।

ପଢନ୍ତୁ ;

ପୋଡା ତେଲରେ ରୋଷେଇ କରୁଛନ୍ତି କି ?ତେବେ ସାବଧାନ,କର୍କଟ ରୋଗର ଶିକାର ହୋଇପାରନ୍ତି

 

Related posts

ଏସିଆ କପ୍‌: ଭାରତ-ପାକିସ୍ଥାନ ମୁକାବିଲା ଆଜି

ୟୁଏସ୍‌ ଓପନ୍‌: ଜୋକୋଭିକ୍‌ଙ୍କୁ ୧୪ତମ ଗ୍ରାଣ୍ଡସ୍ଲାମ

ୟୁଏସ ଓପନ:ସେରେନା-ଓସାକା ଫାଇନାଲ ମୁକାବିଲା