ଟି୨୦ ତ୍ରିରାଷ୍ଟ୍ରୀୟ : ଭାରତକୁ ୫ ଓ୍ଵିକେଟରେ ପରାସ୍ତ କଳା ଶ୍ରୀଲଙ୍କା

ଧାୱନଙ୍କ ଅର୍ଦ୍ଧଶତକ ବେକାର

ଆୟୋଜକ ଶ୍ରୀଲଙ୍କା ଓ ଭାରତ ଅନୁଷ୍ଟିତ ନିଦାସ ଟ୍ରଫି  ଟି୨୦ ସିରିଜରେ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଭାରତକୁ ୫ ଓ୍ଵିକେଟରେ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଶିଖର ଧାଓ୍ଵନଙ୍କ ୯୦ ରନ ବଳରେ ୧୭୪ ରନ କରିଥିଲା । ଜବାବରେ ଶ୍ରୀଲଙ୍କା କୁଶଲ ପେରେରାଙ୍କ ଦମଦାର ବ୍ୟାଟିଂ ବଳରେ ୧୮.୩ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟୀ ହୋଇଛି । ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କୁଶଲ ପେରେରା ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବାରେ ବିଫଳ ହୋଇଥିବାବେଳେ ଧାୱନ ସର୍ବାଧିକ ୯୦ ରନ୍ କରିଥିଲେ । ସୁରେଶ ରୈନା ୧, ମନୀଷ ପାଣ୍ଡେ ୩୭ ଓ ରିଷଭ ପନ୍ତ ୨୩ ରନ୍ କରିଥିଲେ ।ଏହି ମ୍ୟାଚରେ ଭାରତୀୟ ଦଳର ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତି ସ୍ପଷ୍ଟ ବାରି ହୋଇ ପଡିଛି ।

୫ ୱିକେଟ ହରାଇ ଭାରତ ଘରୋଇଦଳକୁ ୧୭୫ରନର ଟାର୍ଗେଟ ଦେଇଥିଲା । ଜବାବରେ ଶ୍ରୀଲଙ୍କାର ଯୁବ ବାହିନୀ ଅତି ଦୃଢ଼ ଭାବରେ ବ୍ୟାଟିଂ କରିଥିଲେ । ପାୱାର ପ୍ଲେ ୬ ଓଭରରେ ଶ୍ରୀଲଙ୍କା ନିଜ ଟ୍ୱେଂଟି-୨୦ ଅନ୍ତର୍ଜାତୀୟ ଇତିହାସରେ ସର୍ବାଧିକ ୭୫ ରନ ଆଦାୟ କରି ଭାରତୀୟ ବୋଲରଙ୍କୁ ଚକିତ କରିଦେଇଥିଲେ । କୁସାଲ ପରେରା ୨୨ ବଲରୁ ଅର୍ଧଶତକ ହାସଲ କରି ଭାରତ ହାତରୁ ମ୍ୟାଚ ଛଡାଇନେଇଥିଲେ । ୯ଟି ବଲ୍ ଥାଇ ମ୍ୟାଚ୍ ଜିତି ନେଇଥିଲା ସିଂହଳି ବାହିନୀ ।

ଭାରତ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ୨୮ ରନ ଦେଇ ଓ ଚହଲ ୩୭ ରନ ଦେଇ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ । ଉନାଦକତଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ପଢନ୍ତୁ ;

ସାମ୍ନା ଲୋକକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Related posts

ଆଇପିଏଲ-୧୨ ନିଲାମ: ଚୂଡାନ୍ତ ତାଲିକାରେ ୩୪୬ ଖେଳାଳି

ଆଜିଠୁ କ୍ୱାର୍ଟର ଫାଇନାଲ: ଆର୍ଜେଣ୍ଟିନା ବନାମ ଇଂଲଣ୍ଡ

କ୍ୱାର୍ଟରରେ ଜର୍ମାନୀ,ହାରିଲା ପାକିସ୍ତାନ