ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସ୍ତ୍ରୀ’ର ଟ୍ରେଲର ରିଲିଜ

ଅଭିନେତା ରାଜକୁମାର ରାଓ, ଶ୍ରଦ୍ଧା କପୁର ଓ ପଙ୍କଜ ତ୍ରିପାଠୀ ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ’ ର ଟ୍ରେଲର ରିଲିଜ୍‍ ହୋଇଛି। ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ। ୨ ମିନିଟ୍‍ ୫୦ ସେକେଣ୍ଡର ଏହି ଟ୍ରେଲରକୁ ଗୁରୁବାର ରାତିରେ ୟୁଟ୍ୟୁବ୍‍ରେ ରିଲିଜ୍‍ କରାଯାଇଛି। ରିଲିଜ୍‍ ହେବାର ମାତ୍ର କିଛି ଘଣ୍ଟାରେ ଏହି ଟ୍ରେଲର ବହୁ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ଏହା ଏକ ହରର୍‍-କମେଡ଼ି ଆଧାରିତ ଚଳଚ୍ଚିତ୍ର।

ଫିଲ୍ମର କାହାଣୀ ଚନ୍ଦେରୀ ନାମକ ଏକ ଗାଁ ଉପରେ ଆଧାରିତ ଯେଉଁଠାରେ ପୁରୁଷମାନେ ଅଚାନକ ରହସ୍ୟମୟ ଭାବରେ ଉଭାନ ହୋଇଯାଆନ୍ତି । ଏହା ପରେ ଖବର ବ୍ୟାପି ଯାଏ ଯେ ସ୍ତ୍ରୀ ନାମକ ଏକ ଭୂତ ପୁରୁଷମାନଙ୍କୁ ଗାଏବ କରୁଛି। ଫିଲ୍ମର ଟ୍ରେଲର ଆରମ୍ଭ ହେବା ମାତ୍ରେ ରାଜକୁମାର ରାଓ ପଙ୍କଜ ତ୍ରିପାଠୀଙ୍କୁ ପ୍ରଶ୍ନ ପଚାରିଥାନ୍ତି ଯେ ସ୍ତ୍ରୀ କିଏ? ତାହା ବିଷୟରେ ଆପଣ ଯାହା ଯାଣିଛନ୍ତି କୁହନ୍ତୁ । ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ଗୋଟିଏ ପରଦାରେ ନଜର ଆସୁଛନ୍ତି । ଦୁଇଜଣଙ୍କର କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ନିର୍ଦେଶକ ଆଶାବାଦୀ ଅଛନ୍ତି।

ଏହି ଫିଲ୍ମରେ  ରାଜକୁମାର ଏବଂ ଶ୍ରଦ୍ଧା ପ୍ରଥମ ଥର ସ୍କ୍ରିନ ସେୟାର କରିବେ।

ପଢନ୍ତୁ; ଭାରତକୁ ହରାଇ କ୍ୱାର୍ଟରରେ ଆୟରଲାଣ୍ଡ

Related posts

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ଜଣେ ମୃତ

ବିବାହ ପରେ ଦୀପ-ବୀରଙ୍କ ପ୍ରଥମ ଝଲକ, ସୋସିଆଲ ମିଡିଆରେ ହେଲା ଭାଇରାଲ

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?