ମହିଳାଙ୍କୁ ଅସଦାଚରଣ,ପୁଣି ଗିରଫ ହେଲେ ଶୁଭଙ୍କର

ସିସୋର ଚିଟଫଣ୍ଡ ଠକେଇର ବହୁ ଚର୍ଚ୍ଚିତ ଚେହେରା ତଥା ଅଭିଯୁକ୍ତ ଶୁଭଙ୍କର ନାୟକକୁ ଗିରଫ କରାଯାଇଛି । ଖାରବେଳ ନଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଏନେଇ ଗତକାଲି ରାତିରେ ଉକ୍ତ ମହିଳାଙ୍କ ସହ ତାଙ୍କ ପୁଅ ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଶୁଭଙ୍କରଙ୍କୁ ଖାରବେଳନଗର ଥାନା ପୋଲିସ ଉଠାଇ ନେଇ ପଚରାଉଚୁରା କରିବା ପରେ ଗିରଫ କରିଥିବା ଜଣାପଡ଼ିଛି।

ମିଳିଥିବା ଖବର ଅନୁଯାୟୀ, ରବିବାର ରାତିରେ ଶୁଭଙ୍କର ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପୁଅକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ସଂପୃକ୍ତ ମହିଳା ଓ ତାଙ୍କ ପୁଅ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଏତଲା ପଶଇବା ପରେ ଶୁଭଙ୍କର ଗିରଫ ହୋଇଛନ୍ତି । ସିସୋର ଚିଟଫଣ୍ଡ ମାମଲାରେ ୨୦୧୪ ମସିହାରେ ଗିରଫ ହୋଇଥିଲେ ଶୁଭଙ୍କର ନାୟକ ଓ ଗତବର୍ଷ ଅଗଷ୍ଟ ପହିଲାରେ ଶୁଭଙ୍କରଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି।

ପଢନ୍ତୁ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ