ଆଜିକାଲି ଦୁନିଆରେ ଲୋକମାନଙ୍କ ଠାରେ ରୋଗ-ବ୍ୟାଧି ବୃଦ୍ଧି ପାଇବାରେ ଲାଗିଛି । ସେଥି ମଧ୍ୟରୁ ମୁଖ୍ୟ ରୋଗ ହେଉଛି ଡାଇବେଟିସ ବା ମଧୁମେହ, ଯାହାକି ୭୫ ପ୍ରତିଶତ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ଏଥିପାଇଁ ଏହି ରୋଗୀଙ୍କୁ ଅନେକ ନିୟମ ମାନି ଚଳିବାକୁ ମଧ୍ୟ ପଡୁଛି । ଖାଦ୍ୟରେ ଚିନି , ଆଳୁ ଏମାନଙ୍କ ପାଇଁ ଖାଇବା ମନା । ତେବେ ମିଠା ପ୍ରିୟ ଲୋକେ ମଧୁମେହର ଶିକାର ହେଲେ , ତାଙ୍କୁ ବହୁତ ଅସୁବିଧା ହୋଇଥାଏ । ଯାହା ଫଳରେ ଖାଦ୍ୟରେ ମିଠା ସ୍ଵାଦ ପାଇଁ ସେମାନେ ଚିନି ପରିବର୍ତ୍ତେ ବଜାରରେ ମିଳୁଥିବା କିଛି ବ୍ରାଣ୍ଡର ସୁଗାର ଫ୍ରି ବ୍ୟବହାର କରନ୍ତି । ଏହି ସୁଗାର ଫ୍ରି ଖାଦ୍ୟକୁ ଚିନି ପରି ମିଠା ସ୍ଵାଦ ଦେଇଥାଏ । ବଜାରରେ ଏହା ଉଭୟ ବଟିକା ଓ ଲିକ୍ଵୀଡ ରୂପରେ ଉପଲବ୍ଧ । କିନ୍ତୁ ଯଦି ଆପଣ ମଧୁମେହ ରୋଗୀ ଏବଂ ସ୍ୱାସ୍ଥକୁ ଠିକ୍ ରଖିବା ପାଇଁ ଚିନି ବଦଳରେ ସୁଗାର ଫ୍ରୀ ବଟିକା ବ୍ୟବହାର କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଏହି ସୁଗାର ଫ୍ରୀ ବଟିକା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇପାରେ।
- ଅନେକ ଲୋକ ଚାହା ଓ ଅନ୍ୟ ଖାଦ୍ୟରେ ଚିନି ବଦଳରେ ଆର୍ଟିଫିସିଆଲ୍ ସ୍ୱିଟନର ବା କୃତ୍ରିମ ମିଠା ପକାନ୍ତି। ଏଥିଯୋଗୁଁ ମଧୁମେହ, ହାଇବ୍ଲଡ୍ପ୍ରେସର ଓ ହୃତ୍ପିଣ୍ଡ ସମ୍ବନ୍ଧୀୟ ରୋଗ ହୋଇପାରେ।
- କାନାଡାର ମାନିଟୋବା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଆର୍ଟିଫିସାଆଲ ସ୍ୱିଟନର ବ୍ୟବହାର କରୁଥିବା ଲୋକଙ୍କ ପାଚନତନ୍ତ୍ର ଉପରେ କୁପ୍ରଭାବ ପଡ଼େ। ଏହାକୁ ବ୍ୟବହାର କଲେ ଭୋକ ହୁଏ ନାହିଁ।
- ଗବେଷକଙ୍କ ଅନୁସାରେ ଲୋକଙ୍କୁ ଲାଗିଥାଏ କି ଚିନି ବଦଳରେ ଆର୍ଟିଫିସିଆଲ ସ୍ୱିଟନର ବ୍ୟବହାର କରିବା ଦ୍ୱାରା ସେମାନେ ସୁସ୍ଥ ରହିବେ। କିନ୍ତୁ ସେମାନଙ୍କୁ ଜଣା ନଥାଏ ଯେ ଏହାକୁ ଖାଇବା ଦ୍ୱାରା ମୋଟାପଣ ଏବଂ ହୃଦ୍ରୋଗ ହୋଇଥାଏ।
- ଆର୍ଟିଫିସିଆଲ ସ୍ୱିଟନରରେ ଏସ୍ପାର୍ଟମ, ସୁକ୍ରଲୋଜ ଏବଂ ସ୍ୱେବିଆ ପରି ତତ୍ତ୍ୱ ରହିଛି। ଏହା ଦ୍ୱାରା ଆପଣ ବିଭିନ୍ନ ହୃଦ୍ରୋଗ ସହିତ ଉଚ୍ଚ ରକ୍ତଚାପ ଓ ମଧୁମେହର ଶିକାର ହୋଇପାରନ୍ତି।
ପଢନ୍ତୁ, ସୂର୍ଯ୍ୟଙ୍କ ଏହି ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କୁ ମିଳିପାରେ ରାଜଯୋଗ