ସଂଜୟ ଦତଙ୍କୁ ୧୦ କୋଟିର ସମ୍ପତି ଦାନ କଲେ ମହିଳା ଫ୍ୟାନ

ମହିଳା ଫ୍ୟାନ ନିଜର ସବୁ ସମ୍ପତି ଦାନ କଲେ

ଅଭିନେତା ସଂଜୟ ଦତଙ୍କୁ ଜଣେ ମହିଳା ଫ୍ୟାନ ନିଜର ସବୁ ସମ୍ପତି ଦାନ କରିଛନ୍ତି । ୬୨ ବର୍ଷୀୟା ଏହି ମହିଳାଙ୍କ ନାମ ନିଶି ହରିଶ୍ଚନ୍ଦ୍ର ତିପାଠୀ । ସେ ମାଲବାର ହିଲ ଅନ୍ତର୍ଗତ ତ୍ରିବେଣୀ ତ୍ରିବେଣୀ ଆପର୍ଟମେଂଟରେ ଅଢେଇ ହଜାର ବର୍ଗଫୁଟର ତିନି ବିଏଚକେ ପ୍ଲଟରେ ରହୁଥିଲେ । ମହିଳା ଫ୍ୟାନ ଜଣକ  ୧୦ କୋଟିର ସମ୍ପତି ସଂଜୟଙ୍କ ନାମରେ କରି ଦେଇଛନ୍ତି ।

ଜାନୁଆରୀ ୧୫ରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ପୂର୍ବରୁ ସେ ବ୍ୟାଙ୍କ ଅଫ ବରୋଦାର ଅଧିକାରୀଙ୍କ ପାଖରେ ନିଜର ସବୁ ସମ୍ପତି ଓ ୱିଲ ଜମା ଦେଇଥିଲେ । ସେହି ୱିଲରେ ସେ ତାଙ୍କର ସବୁ ସମ୍ପତିର ମାଲିକ ବଲିଉଡ ଅଭିନେତା ସଂଜୟ ଦତ ବୋଲି ଉଲେଖ କରିବା ସହିତ ଅଭିନେତାଙ୍କ ପାଲି ହୀଲ ଠିକଣା ମଧ୍ୟ ସେଥିରେ ଲେଖିଥିଲେ ।

ଏ କଥା ସଂଜୟ ଦତ ଜାଣିଲା ପରେ ବ୍ୟାଙ୍କ ଅଫ ବଡୋଦାର ବାଲକେଶ୍ୱରଙ୍କୁ ଏକ ପତ୍ର ଲେଖିଛନ୍ତି, ଯେଉଁଥିରେ ସେ ମାଲାବାର ହିଲ ନିବାସୀ ନିଧି ହରିଶ୍ଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଓ ୧୦ କୋଟିର ସମ୍ପତିକୁ  ନିଧିର ପରିବାର ଲୋକଙ୍କୁ ଦେବା ପାଇଁ କହିଛନ୍ତି । ସଞ୍ଜୟ ଦତ୍ତଙ୍କୁ ଏହି ସୂଚନା ମିଳିବା ପରେ ତାଙ୍କର ଓକିଲ ସୁଭାଷ ଜାଦବ ସ୍ପଷ୍ଟ କରିଛନ୍ତି କି ସିନେମା ଷ୍ଟାର ଏହାକୁ ନେଇ କୌଣସି ଦାବି ମଧ୍ୟ କରିବେ ନାହିଁ ।

ଏହି ଘଟଣାରେ ସଂଜୟ ଦତ କହିଛନ୍ତି କି ‘ଅଭିନେତା ହୋଇଥିବା ଯୋଗୁଁ ଆମ୍ଭେ ଏହି ପ୍ରକାରର ଘଟଣା ସବୁକୁ ସାମନା କରିଥାଏ । ବେଳେ ବେଳେ ଫ୍ୟାନ ମାନେ ଆମ ନାମ ଅନୁସାରେ ପିଲାମାନଙ୍କ ନାଁ ଦେଇଥାନ୍ତି । ଆମକୁ ରାସ୍ତାରେ ଅନୁସରଣ କରିଥାନ୍ତି ଆମକୁ ଫୁଲ, ଗିଫ୍ଟ ମଧ୍ୟ ଦେଇଥାନ୍ତି । କିନ୍ତୁ ଏହି ପ୍ରକାର ଘଟଣା ଆଗରୁ କେବେ ନ ଦେଖିବା ସେ କହିଛନ୍ତି । ସେ ଏହି ଘଟଣାରେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି ।

ପଢନ୍ତୁ ;

ସୁଟିଂ ସେଟକୁ ଫେରିଲେ ଜାହ୍ନବୀ : ଶ୍ରୀଦେବୀଙ୍କ ‘ଇଂଲିଶ ଭିଂଲିଶ’ ସିନେମା ଲୁକରେ ନଜର ଆସିଲେ ଜାହ୍ନବୀ

Related posts

ଖୁବଶୀଘ୍ର ଏହି ଅଭିନେତାଙ୍କୁ ବିବାହ କରିପାରନ୍ତି ନେହା କକ୍କର

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘