ଆସନ୍ତୁ ଜାଣିବା “ସୂର୍ଯ୍ୟ ନମସ୍କାର” ଶରୀରକୁ କିପରି ସୁସ୍ଥ ରଖେ ଓ ଏହାର ଉପକାରିତା

ସୂର୍ଯ୍ୟ ନମସ୍କାର:

ସବୁ ଯୋଗ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି “ସୂର୍ଯ୍ୟ ନମସ୍କାର” ଓ  ଏହା  ଜଣେ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ନିରୋଗ ରଖେ । ପୁରୁଷ, ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧା ସମସ୍ତଙ୍କ ପାଇଁ ଏହା ଉପଯୋଗୀ । ସକାଳୁ ସକାଳୁ ଏହି ଯୋଗ କରାଯାଏ ।

ଏହା ହେଉଛି ୧୨ଟି ସ୍ଥିତିରେ କରାଯାଉଥିବା ଯୋଗାସନ । ଏହାର ଆସନଗୁଡ଼ିକୁ ବେଶ୍ ସହଜରେ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା “ସୂର୍ଯ୍ୟ ନମସ୍କାର” ଶରୀରକୁ କିପରି ସୁସ୍ଥ ରଖେ ଓ ଏହାର ଉପକାରିତା।

ଉପକାରିତା:

ସୂର୍ଯ୍ୟ ନମସ୍କାରର ଅନେକ ଉପକାରିତା ରହିଛି ।

  • ଏହା ଦ୍ଵାରା ମାନସିକ ଶକ୍ତି ବଢ଼େ, ମନ ସ୍ଥିର ରହେ, ଆଖିର ଦୃଷ୍ଟିଶକ୍ତି ବଢ଼ାଏ ।
  • ଏହି ଯୋଗାସନ କରିବା ଦ୍ୱାରା ଭିଟାମିନ୍ ଡି ମିଳେ ଯାହା ଶରୀରର ହାଡ଼କୁ ମଜଭୁତ କରେ।
  • ମସ୍ତିଷ୍କ ଥଣ୍ଡା ରହେ,  କ୍ରୋଧ ନିୟନ୍ତ୍ରିତ ହୁଏ ।
  • ରକ୍ତ ସଞ୍ଚାଳନକୁ ସଠିକ୍ ରଖେ । ବ୍ଲଡ୍ ପ୍ରେସର ନିୟନ୍ତ୍ରିତ ହୋଇ ରହେ।
  • ଚୁଟି ଝଡ଼ିବା ଓ ପାଚିବାରୁ ମୁକ୍ତି ମିଳେ।
  • ମୋଟା ଲୋକଙ୍କ ଓଜନ ହ୍ରାସ କରାଇବାରେ ସାହାଯ୍ୟ କରେ ।

ପଢନ୍ତୁ;ଡାଲଚିନି ର ଉପକାରିତା ବିଷୟରେ

Related posts

ଘରୋଇ ଉପାୟରେ କରନ୍ତୁ କହୁଣି ଓ ଗଣ୍ଠିରୁ କଳାଦାଗ ଦୂର: ଜାଣନ୍ତୁ କିପରି

ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣ କରିବାର ସଠିକ୍ ଉପାୟ

ମୁହଁରେ ବ୍ରଣ ହେଉଛି କି!!! ଜାଣନ୍ତୁ ଏହାର କାରଣ ଓ ନିରାକରଣର ଉପାୟ