ସୁଶାନ୍ତ ସିଂହ ରାଜପୁତଙ୍କ ନୂଆ ସିନେମା ଚମ୍ବଲ

ବଲିଉଡ଼ର ଲୋକପ୍ରିୟ ନାୟକ ସୁଶାନ୍ତ ସିଂହ ରାଜପୁତଙ୍କର ଏବେ କେତୋଟି ସିନେମା ରିଲିଜ୍‌ ଅପେକ୍ଷାରେ ଅଛି। ଏଥିପାଇଁ ୨୦୧୮ ବ୍ୟସ୍ତତାର ବର୍ଷ ହେବ ବୋଲି ଏବେଠୁଁ ଜଣାପଡ଼ିଲାଣି।ସେ ଏବେ ପ୍ରଖ୍ୟାତ ନିର୍ଦ୍ଦେଶକ ଅଭିଷେକ ଚୌବେଙ୍କ ନୂଆ ଫିଲ୍ମ ‘ଚମ୍ବଲ’ର ସୁଟିଂ ଆରମ୍ଭ କରିଛନ୍ତି।ଏଥିରେ ପ୍ରଥମଥର ଲାଗି ସୁଶାନ୍ତଙ୍କ ବିପକ୍ଷରେ ଭୂମି ପେଡ଼େନ୍‌କର ନଜର ଆସିବେ।ଏହି ଚଳଚିତ୍ରଟି ଚମ୍ବଲ ଡ଼ାକୁଙ୍କ ଜୀବନୀ ଉପରେ ଆଧାରିତ ବୋଲି କୁହାଯାଉଛି।

ତା’ପରେ ସେ ଆହୁରି ଦୁଇଟି ହିନ୍ଦୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି।ଏଥିମଧ୍ୟରୁ ଗୋଟିଏ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି ନିତୀଶ୍‌ ତିଓ୍ଵାରି। ସୂଚନା ଯୋଗ୍ୟ ଯେ,ନୀତିଶ୍‌ ପୂର୍ବରୁ ଅମୀର ଖାନ୍‌ ଷ୍ଟାରର ଦଙ୍ଗଲଭଳି ବ୍ଲକ୍‌ବଷ୍ଟର୍‌ ଫିଲ୍ମର ନିର୍ଦ୍ଦେଶନା ଦେଇ ବଲିଉଡ଼୍‍ରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ।

ସୂଚନା ଅନୁଯାୟୀ, ଏହି ନାମକରଣ ହୋଇ ନଥିବା ସିନେମାର ସୁଟିଂ ଆଗାମୀ ଜୁନ୍‌ ମାସରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି।ତେଣେ ସୁଶାନ୍ତ ସିଂହ ରାଜପୁତ ଅନ୍ୟ ଏକ ହିନ୍ଦୀ ସିନେମାରେ ବି ସାଇନ୍‌ କରିଥିବା ନେଇ ଚର୍ଚ୍ଚା ହେଉଛି।ଏହାର ନିର୍ଦ୍ଦେଶନା ଦେବେ ଜଣେ ନବାଗତ ସୁଶାନ୍ତ ଛାବ୍‌ଡ଼ା।ଏହି ଫିଲ୍ମରେ କିଏ ନାୟିକା ହେବେ ତାହା ଏଯାବତ୍‌ ଜଣାପଡ଼ି ନାହିଁ।

ସୁଶାନ୍ତ ସିଂହ ରାଜପୁତଙ୍କର ଆଉ ଏକ ଚଳଚିତ୍ର ଆସୁଛି କେଦାରନାଥ । ଏଥିରେ ସୁଶାନ୍ତଙ୍କ ବିପକ୍ଷରେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ କନ୍ୟା ସାରା ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିବ ।କେଦାରନାଥ ଚଳଚିତ୍ରରେ ସାରା ଅଲ୍ଲୀ ଖାନ୍‌ ନାୟିକା ଭୂମିକାରେ ଡ଼େବ୍ୟୁ କରୁଛନ୍ତି । ଅଭିଷେକ କପୁର୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ସୁଶାନ୍ତ ସିଂହ ରାଜପୁତ ‘କାଇପୋଚେ’,‘ରାବ୍‌ତା’,‘ଏମ୍‌ ଏସ୍‌ ଧୋନି’ ଆଦି ସିନେମାରେ ହିରୋ ଭାବେ ନଜର ଆସିଛନ୍ତି।


ପଢନ୍ତୁ ;

କୁନ୍ଦୁଲିର ପୁନରାବୃତ୍ତି ବାଣପୁରରେ;ଲୋକଲଜ୍ଜା ଭୟରେ ବିଷ ପିଇ ଜୀବନ ହାରିଲେ ନାବାଳିକା

Related posts

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ଜଣେ ମୃତ

ବିବାହ ପରେ ଦୀପ-ବୀରଙ୍କ ପ୍ରଥମ ଝଲକ, ସୋସିଆଲ ମିଡିଆରେ ହେଲା ଭାଇରାଲ

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?