ସୁଶୀଲ କୁମାର – ନାସନାଲ ରେସଲିଙ୍ଗରେ ମାତ୍ର ୧ ମିନଟି ୩୩ ସେକେଣ୍ଡ ଲଢି ସ୍ଵର୍ଣ୍ଣପଦକ ଜିତିଲେ

ଶୁକ୍ରବାର ଜାତୀୟ କୁସ୍ତି ଚମ୍ପିଅନଶିପରେ ପୂର୍ବରୁ ଦୁଇ ଥର ଅଲମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଜାତୀୟ କୁସ୍ତି ଚମ୍ପିଅନଶିପ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଅନୁଷ୍ଠିତ ହେଇଛି । ସୁଶୀଲ କୁମାର ୭୪କିଲୋ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି । ଦୁଇ ଦୁଇ ଥର ଅଲମ୍ପିକ୍ସରେ ପଦକ ବିଜେତା ସୁଶୀଲ କୁମାରଙ୍କୁ କ୍ଵାଟରଫାଇନାଲ , ସେମିଫାଇନାଲ ଓ ଫାଇନାଲ ଖେଳିବାକୁ ପଡିନଥିଲା । ଏହି ସଫଳତା ହାସଲ କରିବାକୁ ସୁଶୀଳଙ୍କୁ ୧ ମିନଟି ୩୩ ସେକେଣ୍ଡ ଲାଗିଥିଲ ।

ଗୋଲ୍ଡ ମେଡାଲ ରାଉଣ୍ଡରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରବୀଣ ରାଣା ଆଘାତ ପାଇବା ପରେ ପାଳି ଶେଷ କରିଥିଲେ । ରାଣା କହିଛନ୍ତି, ଶେଷ ରାଉଣ୍ଡରେ ଆଘାତ ମିଳିବାରୁ ପାଳି ଘୋଷଣା କରିବାକୁ ପଡ଼ିଥିଲା ।ଏହା ପୂର୍ବରୁ କ୍ଵାଟରଫାଇନାଲରେ ପ୍ରବୀଣ ବ୍ୟାକଓଭର ଦେଇଥିଲେ ଓ ସେମିଫାଇନାଲରେ ସଚିନ ଦହିୟା ତାଙ୍କ ବିପକ୍ଷରେ ରିଂକୁ କୁସ୍ତି ପାଇଁ ଆସିନଥିଲେ । ସୁଶୀଲ ପ୍ରଥମ ପାରିରେ ମିଜୋରମର ଲାଲମଲସ୍ଵାମାଙ୍କୁ ମାତ୍ର ୪୮ ସେକେଣ୍ଡ ଆଉ ଦ୍ଵିତୀୟ ପାରିରେ ମୁକୁଲ ମିଶ୍ରଙ୍କୁ ମାତ୍ର ୪୫ ସେକେଣ୍ଡରେ ହିଁ ଧରାଶାୟୀ କରିବାରେ ସଫଳ ହୋଇପାରିଥିଲେ ।

ଅଲମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲ୍ଲିକ ଓ ଗୀତା ଫୋଗତଙ୍କୁ ମଧ୍ୟ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ମିଳିଛି । ୬୨କିଲୋ ବର୍ଗ ଫାଇନାଲରେ ସାକ୍ଷୀ ନିଜ ପ୍ରତିଦ୍ଵନ୍ଦୀ ହରିୟାଣାର ପୂଜା ତୋମାରଙ୍କୁ ୧୦-୦ରେ ପରାସ୍ତ କରିଛନ୍ତି । ସେହିଭଳି ଗୀତା ୫୯କିଲୋ ବର୍ଗରେ ରବିତାଙ୍କୁ ହରାଇଛନ୍ତି । ଗୀତାଙ୍କ ପତି ପୱନ କୁମାର ୮୬କିଲୋ ବର୍ଗ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ପଢନ୍ତୁ,  ନିଜର ବାହାଦୁରୀ ପାଇଁ ସର୍ବୋଚ୍ଚ ସାମରିକ ପଶୁ ସମ୍ମାନରେ ସମ୍ମାନିତ ହେଲା

Related posts

ଏସିଆ କପ୍‌: ଭାରତ-ପାକିସ୍ଥାନ ମୁକାବିଲା ଆଜି

ୟୁଏସ୍‌ ଓପନ୍‌: ଜୋକୋଭିକ୍‌ଙ୍କୁ ୧୪ତମ ଗ୍ରାଣ୍ଡସ୍ଲାମ

ୟୁଏସ ଓପନ:ସେରେନା-ଓସାକା ଫାଇନାଲ ମୁକାବିଲା