ଫୁଡ୍‌ ପଏଜନିଂର କାରଣ ଓ ଏହାର ଉପଚାର କ’ଣ ଜାଣନ୍ତୁ ?

ଲୋକମାନଙ୍କର ଖାଦ୍ୟପେୟ ଠିକ ଭାବରେ ନ କରୁଥିବା ଯୋଗୁଁ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଦେଇଥାଏ । ଏଥି ମଧ୍ୟରୁ ସାଧାରଣତଃ ଫୁଡ୍‌ ପଏଜନିଂ, ଅଧିକ ମାତ୍ରରେ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା, କ’ଣ ରହିଛି ଫୁଡ୍‌ ପଏଜନିଂର କାରଣ ଓ ଘରୋଇ ଉପଚାର ?

ଫୁଡ୍‌ ପଏଜନିଂର କାରଣ :-

  • ଏହାର ପ୍ରଥମ ଲକ୍ଷଣ ହେଲା ବାନ୍ତି ଲାଗିବା ଏବଂ ମୁଣ୍ଡ ବିନ୍ଧିବା । ଆଖି ସାମ୍ନାରେ ସବୁ ଅନ୍ଧାର ଭଳି ଦିଶିବା । ଯଦି ଆପଣ ମଧ୍ୟାହ୍ନ ଭୋଜନ,ରାତ୍ରି ଭୋଜନ କିମ୍ବା ଫାଷ୍ଟ ଫୁଡ୍ ପ୍ରତିଦିନ ଖାଉଛନ୍ତି ତେବେ ପ୍ରଥମେ ଜାଞ୍ଚ କରି ନିଅନ୍ତୁ ଯେଉଁ ସ୍ଥାନରେ ଆପଣ ଖାଦ୍ୟ ଖାଉଛନ୍ତି ସେହି ଜାଗା ସଫା ସୁତୁରା ଅଛି କି ନାହିଁ ।
  • ଖାଦ୍ୟରେ ଅନିୟମିତତା କାରଣରୁ ଖରାଦିନେ ଅନେକ ଲୋକ ଫୁଡ୍ ପଏଜନିଂ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହାଫଳରେ ସେମାନେ କ୍ଲାନ୍ତି ଓ ଦୁର୍ବଳ ଅନୁଭବ କରନ୍ତି।
  • ଯେଉଁ ପାତ୍ରରେ ଖାଉଛନ୍ତି, ତାହାକୁ ଭଲ ଭାବେ ଧୁଅନ୍ତୁ ।
  • କ୍ଷୀର ସହ ଖଟା ଜାତୀୟ ପଦାର୍ଥ , ମହୁ ସହ ଘିଅ , ସମୁଦ୍ର ଜାତୀୟ ଖାଦ୍ୟ ସହ କ୍ଷୀର , କଦଳୀ ଖାଇବା ପରେ ଦହି , ତରଭୁଜ ସହିତ ପୋଦିନା, ଚା’ ସହିତ ଦହି କିମ୍ବା କାକୁଡ଼ି ଆଦି ସେବନ କରିବା ଦ୍ୱାରା ଫୁଡ୍‌ ପଏଜନିଂ ସମସ୍ୟା ଉପୁଜିଥାଏ। ଖାଦ୍ୟମାନଙ୍କ ମଧ୍ୟରେ ଉତ୍ତମ ତାଳମେଳ ନ ରହିଲେ ଏହି ପ୍ରକାରର ସମସ୍ୟା ଦେଖାଯାଇଥାଏ ।

ଫୁଡ୍‌ ପଏଜନିଂର ଉପଚାର :-

  • ଫୁଡ୍‌ ପଏଜନିଂରୁ ରକ୍ଷା ପାଇବାର ସବୁଠାରୁ ସହଜ ଉପାୟ ହେଉଛି ଖାଦ୍ୟପେୟର ମଧ୍ୟରେ ସଠିକ ସାମଞ୍ଜସ୍ୟ ରଖିବା । ଏହା ସହଫୁଡ୍‌ ପଏଜନିଂ ପାଇଁ ସେଓ ରସ ବହୁ ଲାଭ ଦାୟକ ହୋଇଥାଏ ।
  • ଯଦି ଫୁଡ ପଏଜନିଂର ଶିକାର ହୋଇଛନ୍ତି, ତେବେ ଅଳ୍ପ ଉଷୁମ ପାଣିରେ ଲେମ୍ବୁ, ଲୁଣ ଓ ଚିନି ମିଶାଇ ସରବତ ପିଇବା ଉଚିତ । କମ୍ ମାତ୍ରାରେ ଫୁଡ ପଏଜନିଂ ହୋଇଥିଲେ ତାହାର ସମାଧାନ ହୋଇଯିବ ।
  • କଦଳୀ ଏବଂ ତୁଳସୀ ମଧ୍ୟ ଫୁଡ୍‌ ପଏଜନିଂ ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାକୁ ଦୈନିକ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ ହେବା ସହ ଶରୀରର ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ ।

ପଢନ୍ତୁ ;

ଓଜନ ବଢାଇବାରେ ସାହାଯ୍ୟ କରିଥାଏ ସୋୟାବିନ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ

ଗଜାବୁଟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର କିଛି ଉପକାରିତା