ତାମିଲ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଆତ୍ମହତ୍ୟା

ଲୋକପ୍ରିୟ ତାମିଲ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଗତକାଲି ସକାଳେ ତାଙ୍କର ମୃତ ଦେହ ଘରର ଏକ ଫ୍ୟାନରେ ଝୁଲୁ ଥିବାର ଦେଖାଯାଇଥିଲା। ଯଦିଓ ତାଙ୍କ ଆତ୍ମହତ୍ୟାର ପ୍ରକୂତ କାରଣ ସ୍ପଷ୍ଠ ହୋଇନାହିଁ କିନ୍ତୁ କୁହାଯାଇଛି କି କେତେକ ପାରିବାରିକ କାରଣରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି।

ପ୍ରିୟଙ୍କା ତାମିଲ ଟିଭି ଶୋ’ ‘ଓ୍ବାମସମ’ର ଜ୍ୟୋତିକା ଚରିତ୍ର ଲାଗି ବେଶ୍‌ ଜଣାଶୁଣା ଥିଲେ। ଏହି ଧାରାବାହିକରେ ସେ ବାହୁବଲୀ ଫେମ୍‌ ଆକ୍ଟ୍ରେସ ରମ୍ୟା କୃଷ୍ଣନ୍‌ଙ୍କ ସହ ନଜରକୁ ଆସିଥିଲେ। ସେ ଆତ୍ମହତ୍ୟା କରିଥିବା ନେଇ ପ୍ରଥମେ ତାଙ୍କ ଚାକରାଣୀ ସୂଚନା ଦେଇଥିଲେ। ବୁଧବାର ସକାଳେ ସେ କାମ କରିବାକୁ ତାଙ୍କ ଘରେ ପହଞ୍ଚିବା ପରେ ପ୍ରିୟଙ୍କା ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଘରୋଇ କଳହ ଯୋଗୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ପଢନ୍ତୁ;ସଂପର୍କରେ କେଉଁ ମାନେ ଅଧିକ ଧୋକା ଦେଇଥାନ୍ତି? ଜାଣନ୍ତୁ

Related posts

କେନ୍ଦୁଝର:ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ

କଟକ ଏସସିବି ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ