ଆନନ୍ଦ ବଜାରରେ ଟଙ୍କ ତୋରାଣି ଓ ରାବିଡ଼ି ବିକ୍ରି ବ୍ୟବସ୍ଥା ଉପରେ କଡା କଟକଣା

ଶ୍ରୀ ମନ୍ଦିରର ପରିସରକୁ ସଜାଡିବା ପାଇଁ ପ୍ରଶାସନର କଡା ବ୍ୟବସ୍ଥା । ଏହି କିଛିଦିନ ହେଲାଣି କ୍ରମାଗତ ଭାବେ ଏହି ବ୍ୟବସ୍ଥା ସବୁ ଚାଲିଛି । ବର୍ତମାନ ଆନଦ ବଜାରରେ ଟଙ୍କ ତୋରାଣି ଓ ରାବିଡ଼ି ବିକ୍ରି ବ୍ୟବସ୍ଥା ଉପରେ କଡା କଟକଣା ଲାଗୁହେଇଛି । ରାସ୍ତାରେ ବସି ଅଭଡ଼ା ବିକ୍ରୀ ଠାରୁ ନାବାଳକ ଦ୍ୱାରା ଅଭଡ଼ା ବିକ୍ରୀ ଓ ଭକ୍ତଙ୍କୁ ପ୍ରସାଦ ଦେଇ ଦକ୍ଷିଣା ମାଗୁଥିବା ମାଓଗନ୍ତାଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ ।

ଏସବୁ ଘଟଣା ଗତକାଲି (୮ ସେପ୍ଟେମ୍ବର) ଠାରୁ ଲାଗୁ କରାଯାଇଛି । ମହାସୁଆରଙ୍କ ଅଭଡ଼ା ବିକ୍ରି ପାଇଁ ଭକ୍ତଙ୍କୁ ଡାକୁଥିବା ଯୁବକମାନଙ୍କୁ ମଧ୍ୟ ଆନନ୍ଦ ବଜାର ମଧ୍ୟରେ ପ୍ରବେଶ ପାଇଁ କଟକଣା କରାଯାଇଛି ।

ଆନନ୍ଦ ବଜାରରେ ଟଙ୍କ ତୋରାଣି ବିକ୍ରି ହେବା ନେଇ କୌଣସି ବିଧି ବ୍ୟବସ୍ଥା ନାହିଁ । ଏହାକୁ ଜଣେ ବିକ୍ରି ଆରମ୍ଭ କରିବା ପରେ ଏହା ଏବେ ୨୦ରୁ ୨୫ ଜଣ ବିକ୍ରି କରୁଛନ୍ତି । ଆନନ୍ଦ ବଜାରରେ ଟଙ୍କ ତୋରାଣୀ ଓ ରାବିଡ଼ି ବିକ୍ରୀ ମନା ନେଇ ଶ୍ରୀ ମନ୍ଦିର କାନ୍ଥରେ ପୋଷ୍ଟର ଲାଗିଛି ।

ଆଜିଠାରୁ ଚଢଉ ଜୋରଦାର କରାଯିବ । କଟକଣା ଅବମାନନା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ବିଧିବଦ୍ଧ ଭାବରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିନେଇ ନୋଟିସ୍ ଜାରି କରାଯାଇଛି । ଆନନ୍ଦବଜାରରେ ବ୍ରାହ୍ମଣ ବେଶରେ ବୁଲି ମାଗୁଥିବା ବ୍ୟକ୍ତିମାନଙ୍କୁ କଟକଣା ଜାରି କରାଯାଇଛି । 

ପଢନ୍ତୁ ଗୁରଗାଁଓ ର ସ୍କୁଲ ଛାତ୍ର ପ୍ରଡ୍ୟୁମ୍ନ ଠାକୁର ଙ୍କ ମୃତ୍ୟୁ ରହସ୍ୟ ।

Related posts

ଲଳିତକଳା ଏକାଡେମୀର ସଭାପତି ହେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଅବପାତ ରୂପ ନେଲା ଲଘୁଚାପ,ଆହୁରି ୨ଦିନ ବର୍ଷିବ

ଆଶାକର୍ମୀଙ୍କ ସହାୟତା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ