ଓଡିଶାରେ ମାଧ୍ୟମିକ ଶିକ୍ଷାର ଦୟନୀୟ ଚିତ୍ର

Ce

ଗତକାଲି ପ୍ରକାଶ ପାଇଁ ମାଟ୍ରିକ ପରୀକ୍ଷା  ଫଳ। ଏହାସହ ପ୍ରକାଶ ପାଇଛି ଓଡିଶାର ୨୦୧୯ ମସିହାର ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର। ଗତକାଲିର ପରୀକ୍ଷା ଫଳ ସବୁରି ସମନ୍ନାରେ ଖୋଲିଦେଇଛି ଶିକ୍ଷାବ୍ୟବସ୍ଥାର ଚିତ୍ର। ଓଡିଶା ସ୍କୁଲ ଶିକ୍ଷାବ୍ୟବସ୍ଥାର କେତେ ଅଧୋଗତି ଘଟିଲାଣି ସେନେଇ ଆମକୁ ସତର୍କ ଓ ସଚେତନ କରିଦେଇଛି। ଏ ଚିତ୍ର ଶିକ୍ଷାବିତ ମାନଙ୍କୁ ଏକପ୍ରକାର ସ୍ତବ୍ଧ ଓ ହତବମ୍ବ କରିଦେଇଛି। ଏଥର ମାଧ୍ୟମିକ ପରିଷଦ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାରେ ଲାଗୁ କରିଥିଲା ଏକ ନୂଆ ନୂଆନିୟମ। ଏହି ନିୟମ ଅନୁଯାଇ ଉଭୟ ସବଜେକଟିଭ ଓ ଆବଜେକଟିଭ  ଦୁଇଟି ବିଭାଗରେ ୧୫ ନମ୍ବର ରଖିବା ବାଧ୍ୟତା ମୂଳକ କରଯାଇଥିଲା। ମାତ୍ର ଏପରି ପରିସ୍ଥିତି ସୃଷ୍ଟି ହେଲାଜେ ବୋର୍ଡ କାର୍ତୁପକ୍ଷ କାନ ମୋଡିହୋଇ ନିଜେ ନିଜ ନିୟମକୁ ପ୍ରାତିହାର କରିନେଲେ।

ଏଥର ମାଟ୍ରିକ ରେଗୁଲାର ପରୀକ୍ଷା ଦେଇଥିଲେ ୫ ଲକ୍ଷ ୩୫ ହଜାର ୮୬୦ ଜଣ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୮୬ ହଜାର ୯୩୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ୧ ଲକ୍ଷ ୪୭ ହଜାର ୮୮୦ ପିଲା ଫେଲ ହୋଇଛନ୍ତି। ଯଦି ପାସ ପାଇଁ ଉଭୟ ସବଜେକଟିଭ ଓ ଆବଜେକଟିଭ ଦୁଇଟି ବିଭାଗରେ ୧୫ ନମ୍ବର ରଖିବା ବାଧ୍ୟତା ମୂଳକ କରାଯାଇଥାନ୍ତା ଟୀ ଆଉ ଲକ୍ଷେ ପିଲା ଫେଲ ହୋଇଥାନ୍ତ। ଅର୍ଥାତ ଅଢେଇ ଲକ୍ଷ   ପିଲା ଫେଲ ହୋଇଥାନ୍ତେ।
ପଢନ୍ତୁ: ଆମେରିକାନ୍‌ ଟଏଲେଟ୍‌ରେ ହିନ୍ଦୁ ଦେବଦେବୀଙ୍କ ଫଟୋର ବ୍ୟବହାର

Related posts

ଲୋକସଭାରେ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଦୂତୀଙ୍କ ଜୀବନକୁ ନେଇ ହେବ ବଲିଉଡ୍ ଫିଲ୍ମ

ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପି ଭି.ଆର ଲକ୍ଷ୍ମୀନାରାୟଣଙ୍କ ପରଲୋକ