ରୋଷେଇ କରୁଥିବା ସମୟରେ ମହିଳାମାନେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଅଧିକାଂଶ ସମୟରେ ରୋଷେଇ କରୁଥିବା ସମୟରେ ମହିଳାମାନେ ଅନ୍ୟମନସ୍କତା ବଶତଃ ଅନେକ ଦିଗ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଆଉ ଯେଉଁ କାରଣରୁ ଅନେକ ସମୟରେ ବିଭିନ୍ନ ପ୍ରକାରର ଅଘଟଣ ମଧ୍ୟ ଘଟିଥାଏ । କେବଳ ରୋଷେଇ ସମୟରେ ନୁହେଁ ଅନ୍ୟ କାମରେ ମଧ୍ୟ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ଅଟେ ।

ରୋଷେଇ ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ଗ୍ୟାସ ଚୁଲା ବା ହିଟର କିମ୍ବା କାଠଚୁଲିରେ ରୋଷେଇ କରୁଥିଲେ ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ । କାରଣ ଅଧିକାଂଶ ସମୟରେ ଗ୍ୟାସ ଚୁଲାର ନବ୍ ଖୋଲି ଦେଇ ପରେ ଲାଇଟର ମାରିଥାନ୍ତି । ଏପରି କରନ୍ତୁ ନାହିଁ । ଆଗେ ଲାଇଟର ଧରନ୍ତୁ । ନବ୍ ଖୋଲିବା ମାତ୍ରେ ଲାଇଟର ମାରି ନିଆଁ ଲଗାନ୍ତୁ । ସିଲିଣ୍ଡରର ରେଗୁଲେଟର କାମ ସରିଗଲା ପରେ ଭଲଭାବରେ ବନ୍ଦ କରି ଦିଅନ୍ତୁ ।

ରୋଷେଇ ଘର ଚଟାଣରେ ପାଣି ପଡିବାକୁ ଦିଅନ୍ତୁ ନାହିଁ । ତେଲ ତ ଆଦୌ ନୁହେଁ । କାରଣ ଟିକିଏ ଅସାବଧାନତା ହେଲେ ଗୋଡ ଖସି ଆହତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ଖାଦ୍ୟଜିନିଷ କେତେବେଳେ ବି ଅଘୋଡା ଛାଡିଯିବେ ନାହିଁ ।

ଘରେ ଛୋଟ ପିଲା ଥିଲେ ରୋଷେଇ ଘରେ ଛୁରୀ,ପନିକି ଆଦି ହାତ ପାଆନ୍ତାରେ ରଖନ୍ତୁ ନାହିଁ ।ତେଲ କଢେଇରେ ତାତିଥିବାବେଳେ ତା ଭିତରେ ସିଧାସଳଖ ପନିପରିବା,କି ମସଲା ଛାଡନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ତେଲ ଛଟିକି ଆଖି, ମୁହଁରେ ପଡି ଯିବାର ସମ୍ଭାବନା ରହିଛି ।

ପଢନ୍ତୁ ;

ରଣବୀର ସିଂଙ୍କ ଡ୍ରେସିଙ୍ଗ ସେନ୍ସକୁ ନେଇ ଚର୍ଚା

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ