ଟିଟୋର ସହଯୋଗୀ ବାବୁ ସାହୁଙ୍କୁ ଏନ୍‌କାଉଣ୍ଟର

ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଓରଫ ଭବାନୀ ଶଙ୍କର ସାହୁ ଆହତ ହୋଇଛି । ବାବୁର ଡାହାଣ ଗୋଡରେ ଗୁଳି ବାଜିଛି । ପ୍ରଥମେ ତାକୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରାପଡା ସ୍ପେଶାଲ ସ୍କ୍ଵାର୍ଡ ଓ ଟାଉନ ପୋଲିସ ଏହି ଏନକାଉଣ୍ଟର କରିଛି। ବାବୁ ସାହୁ ନାରେ ରହିଛି ୩ଟି ହତ୍ୟା ସହିତ ୧୪ଟି ଅପରାଧିକ ମାମଲା।

ବାବୁ ନିକଟରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ ଜବତ କରାଯାଇଛି । ତେବେ ଘଟଣାସ୍ଥଳରୁ ତାର ଅନ୍ୟଜଣେ ସହଯୋଗୀ ରିଙ୍କୁ ପଟ୍ଟନାୟକ ପୋଲିସକୁ ଚକମା ଦେଖାଇ ଫେରାର ହୋଇଯାଇଛି । ଏମାନେ ବ୍ରହ୍ମପୁରର ବିଶିଷ୍ଟ ଆଇନଜୀବି ଶିଶିର ପାଢ଼ୀଙ୍କ ଘରୁ ଟଙ୍କା ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା କୁହାଯାଉଛି।

ପଢନ୍ତୁ;ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୁନାବେଶ

Related posts

ଗିରଫ ହେଲେ ବିଜେଡ଼ି ନେତା ପ୍ରଦୀପ ମହାରଥୀ

ଆସନ୍ତା ୨୬ରେ ବାଲେଶ୍ୱର ଆସୁଛନ୍ତି ରାହୁଲ ଗାନ୍ଧୀ

ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ଶ୍ରେଷ୍ଠ ସାମରିକ ସମ୍ମାନ ‘ବୀର ଚକ୍ର’