ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଫନ୍ନେ ଖାଁ, ମୁଲ୍କ ଏବଂ କାରୱାଁ

ରିଲିଜ ହେଲେ ଏକା ସାଙ୍ଗରେ ତିନୋଟି ଫିଲ୍ମ

ଫ୍ରାଇଡେ ରିଲିଜରେ ହଲକୁ ଆସିଲା ତିନୋଟି ବଲିଉଡ୍ ଫିଲ୍ମ । ମ୍ୟୁଜିକାଲ କମେଡି ଫିଲ୍ମ ‘ଫନେ ଖାନ୍’ ‘କାରୱାଁ’ ଓ ସରିୟସ୍ ମୁଭି‘ମୁଲ୍କ’। ସେଗୁଡିକ ମଧ୍ୟରୁ ଅନିଲ କପୁର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରାଜକୁମାର ରାଓଙ୍କ ଫିଲ୍ମ ‘ଫନ୍ନେ ଖାଁ’, ଋଷି କପୁର ଏବଂ ତାପସୀ ପନ୍ନୁଙ୍କ ଫିଲ୍ମ ‘ମୁଲ୍କ’ ଏବଂ ଇରଫାନ ଖାନ ଏବଂ ଦୁଲକର ସଲମାନଙ୍କ ଫିଲ୍ମ ‘କାରୱାଁ’ ସାମିଲ ରହିଛି।

ଝିଅକୁ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ବନାଇବାକୁ ଜଣେ ବାପାର ସଂଘର୍ଷକୁ ନେଇ ଫନ୍ନେ ଖାଁ ଫିଲ୍ମର କାହାଣୀ ତିଆରି ହୋଇଛି । ସେହିପରି ଆଜି ହଲ୍କୁ ଆସିଛି ରିଷି କପୁର ଓ ତାପସୀ ପନ୍ନୁଙ୍କ ଫିଲ୍ମ ମୁଲ୍କ । ସତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ରିଷିଙ୍କ ପରିବାର ଉପରେ ଦେଶ ଦ୍ରୋହର କଳଙ୍ଗ ଲାଗେ । ତାଙ୍କ ପରିବାରକୁ ଦେଶ ଛାଡି ପାକିସ୍ତାନ ଯିବାକୁ ଧମକ ମିଳେ । ଘର ବାହାରକୁ ବାହାରି ପାରନ୍ତିନି ରିଷି । ତେବେ ନିଜ ଉପରୁ ଓ ନିଜ ପରିବାର ଉପରୁ କିପରି ସେ ଏହି କଳଙ୍କ ହଟାଇବେ ତାହାକୁ ନେଇ କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ତାପସୀ ଜଣେ ଓକିଲ ଭୂମିକାରେ ନଜର ଆସୁଛନ୍ତି।

ଅନ୍ୟପକ୍ଷରେ ଇରଫାନ ଖାନଙ୍କ ଫିଲ୍ମ ‘କାରୱାଁ’ ପ୍ରଥମ ଦିନରେ ୨ କୋଟି ଆୟ କରିପାରିବ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି । ୨୦ କୋଟିରେ ନିର୍ମିତ ଏହି ଫିଲ୍ମ ୧୦୦୦ ସ୍କ୍ରିନରେ ରିଲିଜ କରାଯାଇଛି।

ତେବେ ଏହି ୩ ଟି ମଧ୍ୟରୁ କେଉଁ ଫିଲ୍ମ ବକ୍ସ ଅଫିସ କଲେକ୍ସନରେ ଆଗରେ ରହିବା ତାହା ଦେଖିବାକୁ ବାକି ରହିଲା

ପଢନ୍ତୁ; ଓଡିଶାରେ ହେବ ପେଟ୍ରୋଲିୟମ କ୍ରାକର କମ୍ପାନୀ

Related posts

ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଲିଜା ରାୟ

ବୃଦ୍ଧାଶ୍ରମରେରେ ଜନ୍ମଦିନ ପାଳିଲେ ଆକାଶ

ବିଗ୍‌ ବସ୍‌ ୧୨ରେ ବଡ ଖୁଲାସା: ୩୭ ବର୍ଷ ସାନ ଝିଅଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା