ଆଜି ଗୁରୁପ୍ରିୟା ସେତୁ ଉଦଘାଟନ:ପୂରା ହେବ ୩୫ ହଜାର ଲୋକଙ୍କ ୫ ଦଶନ୍ଧିର ସ୍ଵପ୍ନ

ମାଲକାନଗିରି ଜିଲ୍ଲାର ୧୫୧ଟି ଗାଁର ଲୋକଙ୍କୁ ଯୋଡିଲା ଗୁରୁପ୍ରିୟା । ଏହି ଐତିହାସିକ ସେତୁକୁ ଆଜି ଲୋକାପର୍ଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସେତୁକୁ ଲୋକାର୍ପର କରିବେ। ଗୁରୁପ୍ରିୟା ସେତୁ ଦ୍ୱାରା ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳକୁ ବାହରର ଦୁନିଆ ସହ ସଂଯୋଗର ବାଟ ଫିଟିବ।

ବିଚ୍ଛିନ୍ନାଂଚଳର ପ୍ରାୟ ୧୫୧ ଗାଁର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଜଳବନ୍ଦୀରୁ ମୁକ୍ତି ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଗୁରୁପ୍ରିୟା ସେତୁର ଉଦଘାଟନ ନେଇ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ହାଇଆଲର୍ଟ ଜାରି କରାଯିବା ସହ ସୀମାକୁ ସିଲ୍ କରି ଦିଆଯାଇଛି । ଗୁରୁପ୍ରିୟା ସେତୁକୁ ବିଏସଏଫ୍ ଯବାନ ଘେରି ରହିଛନ୍ତି।

ସୂଚନାଯୋଗ୍ୟ,ଏହି ସେତୁ ପାଇଁ ୧୭୨ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବେଳେ ବାରମ୍ବାର ଏହାର ପାଇଲ ଭୂଷୁଡ଼ି ପଡ଼ିବା, ମାଓ ଭୟ, ଟେଣ୍ଡର ବାତିଲ ଏବଂ ଅନ୍ୟାନ୍ୟ କାରଣରୁ ବ୍ୟୟ ଅଟକଳ ୧୮୨ କୋଟି ଟଙ୍କାରେ ପହଞ୍ଚିଲା।

ତେବେ ଏହି ଗସ୍ତ ଅବସରରେ ମୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ୩ ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ନୂତନ କୋଠାକୁ ଉଦଘାଟନ କରିବା ସହିତ ସ୍ଥାନୀୟ ଷ୍ଟାଡିୟମଠାରେ ଏକ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ପଢନ୍ତୁ; ବିଶ୍ୱ ରେକର୍ଡ କଲା ଆସାମ ଚା’, କେଜି ପିଛା ୩୯,୦୦୧ ଟଙ୍କା

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ