ଆଜିଠୁ ଆଇପିଏଲ୍ ମହାସମର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ମୁମ୍ବାଇ ବନାମ ଚେନ୍ନାଇ

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୧ତମ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ। ୫୦ ଦିନ ଧରି ସାରାବିଶ୍ୱର କ୍ରିକେଟ୍‍ପ୍ରେମୀଙ୍କୁ ମିଳିବ ଫଟାଫଟ୍‍ କ୍ରିକେଟ ଟ୍ୱେଣ୍ଟି୨୦ର ମଜା। ଦେଶ ଓ ବିଦେଶରୁ ପ୍ରାୟ ୩୦୦ କ୍ରିକେଟର ଏହି ଲିଗ୍‍ରେ ଖେଳିବେ। ଆଜି ଆଇପିଏଲ୍‍-୧୧ର ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ଆଜି ଘରୋଇ ମୁମ୍ବଇ ଇଣ୍ଡିଆନ୍‍ସ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ୍‍ ଖେଳାଯିବ।ଚେନ୍ନାଇର ନେତୃତ୍ୱ ନେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ୨୦୧୬ ଓ ୨୦୧୭ ଦୁଇବର୍ଷ ବାସନ୍ଦ ପରେ ଚେନ୍ନାଇ ଓ ରାଜସ୍ଥାନ ରୟାଲ୍ସ ଦଳ ଆଇପିଏଲକୁ ଫେରିଛନ୍ତି।

୨ଥର ବିଜେତା କୋଲକାତା ନାଇଟ ରାଇଡର୍ସକୁ ବିଜୟ ଦେଇଥିବା ଗୌତମ ଗମ୍ଭୀର ଏଥର ନିଜର ଗୃହ ନଗରୀ ଦିଲ୍ଲୀ ଡେୟାରଡେଭିଲସ୍‌ ଜର୍ସି ପିନ୍ଧିବେ। ସେହିଭଳି ପୂର୍ବରୁ ଚେନ୍ନାଇ ଟିମ୍‌ରେ ଖେଳିଥିବା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏଥର କିଙ୍ଗସ୍‌ ଇଲେଭେନ୍‌ରୁ ଅଧିନାୟକ ହୋଇଛନ୍ତି। ଆଇପିଏଲ ୧୧ ସିଜିନରେ ଡିଆରଏସ୍‌ ବ୍ୟବହାର ହେବ। ପ୍ରତ୍ୟେକ ଟିମ୍‌କୁ ଗୋଟିଏ ପାଳିରେ ଏକ ରିଭ୍ୟୁ ମିଳିବ। ପାକିସ୍ତାନ ସୁପର ଲିଗ ଡିଆରଏସ ବ୍ୟବହାର କରିବାରେ ପ୍ରଥମ ଟି-୨୦ ଲିଗ୍‌।

ସୂଚନାଯୋଗ୍ୟ ଏହି ମ୍ୟାଚ୍‍ ଆଜି ରାତି ୮ଟାରେ ଆରମ୍ଭ ହେବ। ଏହି ମ୍ୟାଚ୍‍ ପୂର୍ବରୁ ୫.୩୦ରୁ ୨ ଘଣ୍ଟା ପର୍ଯ୍ୟନ୍ତ ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍‍ କଳାକାରଙ୍କ ନୃତ୍ୟ ସଂଗୀତ ଦେଖିବାକୁ ମିଳିବ।ମିଳିଥିବା ସୂଚନା ଅନୁସାରେ ପରିଣିତି ଚୋପ୍ରା, ଜ୍ୟାକ୍‍ଲିନ୍‍ ଫର୍ଣ୍ଣାଣ୍ଡେଜ୍‍ଙ୍କ ପରି ତାରକା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ।

ପଢନ୍ତୁ; ପ୍ରତିଟି ସମ୍ପର୍କକୁ ସୁଦୃଢ଼ କରିଥାଏ ଆଲିଙ୍ଗନ!

Related posts

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ହରାଇଲା ଭାରତ

ମହିଳା ଟି୨୦ ବିଶ୍ୱକପ୍‌: ଭାରତର ବିଜୟ ଅଭିଯାନ

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ